ଭୁବନ,୦୨/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନର ସର୍ବପୁରାତନ ତଥା ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ‘ବାଣୀ ସାହିତ୍ୟ ସଂସଦ’ର ୩୩ ତମ ସ୍ୱନକ୍ଷତ୍ର ଉତ୍ସବ ନୂଆଭୁବନ ସ୍ଥିତ ଶିବମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଯାଜପୁରଜିଲ୍ଲା ଡୁବୁରି ‘ଶୁଭଶଙ୍ଖ’ ର ସଭାପତି ସାହିତ୍ୟ ସାରଥି ଡଃ ଶରତ ରାୟମୁଖ୍ୟ ଅତିଥି,ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ମୁଖ୍ୟବକ୍ତା ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ ଶିବ ପ୍ରସାଦ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପବିତ୍ର ଜନ୍ମାଷ୍ଟମୀରେ ଜନ୍ମିତ ସାହିତ୍ୟ ଅନୁଷ୍ଠାନ ‘ବାଣୀ ସାହିତ୍ୟ ସଂସଦ’ ୩୩ ବର୍ଷରେ ପଦାର୍ପଣ କରିବା ଗୌରବର କଥା ବୋଲି ମତବ୍ୟକ୍ତ କରିବାସହିତ ଅନୁଷ୍ଠାନର ଉତରୋତର ଉନ୍ନତି କାମନା କରିଥିଲେ । ଏହି ଅବସରରେ କୃଷ୍ଣ ଚେତନାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ନାରୀକବି ବିଳାସିନୀ ପୃଷ୍ଟି,କବି ପ୍ରଶାନ୍ତ ଦ୍ୱିବେଦୀ,ପଙ୍କଜ ନାୟକ,ଗୋପୀନାଥ ବେହେରା,ଚିତ୍ରଶିଳ୍ପୀ ନାରାୟଣ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠକରିଥିଲେ । କୋଷାଧ୍ୟକ୍ଷା ବାସନ୍ତୀ କୁମାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ଉପସଭାପତି ଅଜୟ କୁମାର ସେଠୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିବାସହିତ ସଂସଦର ଏକ ସ୍ଥାୟୀ ଗୃହସକାଶେ ମାନ୍ୟବରମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଦୃଷ୍ଟି ଆକର୍ଷଣକରି ପଦକ୍ଷେପ ନେବାକୁ ଅଙ୍ଗୀକାର କରିଥିଲେ । ଓଡ଼ିଶା ସମାଚାର