ପାରାଦୀପ ୦୨/୦୯/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଘରୋଇ ବସ ମାଲିକ ସଂଘର ଏକ ସାଧାରଣ ବୈଠକ ବୁଧବାର ଦିନ ବସଷ୍ଟାଣ୍ଡ ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ପୂନର୍ବାର ସର୍ବସମ୍ମତି କ୍ରମେ ସଂଘର ସଭାପତି ଭାବେ ରଶ୍ମିରଂଜନ ପରିଡା, ଉପସଭାପତି ନିର୍ମଳ କୁମାର ଜେନା, ସଂପାଦକ ପରେଶ କୁମାର ନନ୍ଦୀ, ଯୁଗ୍ମ ସଂପାଦକ ଅବ୍ଦୁଲ ଆବିଦ୍ ଖାନ, ସହ ସଂପାଦକ ମଦନ ମୋହନ ସାହୁ, କୋଷାଧ୍ୟକ୍ଷ ଭାବେ ସତ୍ୟରଂଜନ ଦାସ ପ୍ରମୁଖଙ୍କୁ ଆଗାମୀ ୩ବର୍ଷ ପାଇଁ ନିଦ୍ୱର୍ନ୍ଦରେ ନିର୍ବାଚିତ କରାଯାଇଥିଲା । ପରେ ପରେ ସମସ୍ତ ସଭ୍ୟ ଓ ସଭ୍ୟା ମାନେ ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ପୁଷ୍ପଗୁଚ୍ଛ ସହ କରତାଳି ଦେଇ ସମ୍ବର୍ଦ୍ଧିତ କରିଥିବାର ସଂଘ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର
