Tuesday , December 7 2021
Breaking News
Home / ବିଶେଷ / ନିଜର ଦକ୍ଷତା ଓ ଲୋକପ୍ରିୟତା ରେ ପାରଦୀପ ରେ ସର୍ବଜନବିଦିତ ବସନ୍ତ ଙ୍କ ଲୋକପ୍ରିୟତା କୁ ହ୍ରାସ କରିବାକୁ ହୀନ ପ୍ରୟାସ

ନିଜର ଦକ୍ଷତା ଓ ଲୋକପ୍ରିୟତା ରେ ପାରଦୀପ ରେ ସର୍ବଜନବିଦିତ ବସନ୍ତ ଙ୍କ ଲୋକପ୍ରିୟତା କୁ ହ୍ରାସ କରିବାକୁ ହୀନ ପ୍ରୟାସ

ପାରାଦୀପ ୦୨/୦୯/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ମହାବିଦ୍ୟାଳୟ ଛାତ୍ର ସଂସଦର ର ପୂର୍ବତନ ସଭାପତି ବସନ୍ତ ବିଶ୍ୱାଳ ଛାତ୍ରନେତା ଭାବେ ସମଗ୍ର ପାରାଦୀପ ରେ ଲୋକପ୍ରିୟତା ହାସଲ କରିଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଆଦର୍ଶ କୁ ପାଥେୟ କରି ଛାତ୍ରଜନତା ପରେ ଯୁବଜନତା ଦଳ ଓ ଶେଷ ରେ ବିଜୁ ଜନତା ଦଳ ର ଜଣେ ପୋଖତ ତଥା ଲୋକପ୍ରିୟ ନେତା ହୋଇପାରିଛନ୍ତି । ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି,ଆଦର୍ଶ ଓ ବିକାଶଧାରା ରେ ସାମିଲ ହୋଇ ବସନ୍ତ ୨୦୦୦ ମସିହା ରୁ ୨୦୨୦ ମସିହା ପର୍ଯ୍ୟନ୍ତ ପାରଦୀପ ପୌରପାଳିକା ରେ ପାରିଷଦ, ଊପାଧ୍ୟକ୍ଷ ଓ ୨୦୧୫-୨୦୨୦ ପର୍ଯ୍ୟନ୍ତ ପାରାଦୀପ ପୌରପାଳିକା ର ପୌରାଧ୍ୟକ୍ଷ ହୋଇଛନ୍ତି । ବସନ୍ତ ବିଶ୍ୱାଳ ଙ୍କ ପୌରାଧ୍ୟକ୍ଷ ସମୟ ପାରାଦୀପ ପୌରାଂଚଳ ପାଇଁ ସୁବର୍ଣ୍ଣଯୁଗ କହିଲେ ଅତ୍ୟୁକ୍ତି ହେବନାହିଁ । ଶ୍ରୀ ବିଶ୍ୱାଳ ପାରାଦୀପ ର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ, ସାହିତ୍ୟ ଅନୁଷ୍ଠାନ ସହିତ ସାମିଲ ହୋଇ ନିଜର ଲୋକପ୍ରିୟତା ବଢାଇ ପାରିଛନ୍ତି । ପାରଦୀପ ଅଂଚଳ ର ବିଭିନ୍ନ ସମସ୍ୟା ର ଆଶୁ ସମାଧାନ ରେ ଶ୍ରୀ ବିଶ୍ୱାଳଙ୍କ ର ରହିଛି ପ୍ରତ୍ୟକ୍ଷ ସହଯୋଗ । ପାରାଦୀପ ସମୁଦ୍ର ବେଳାଭୂମି ର ସୌନ୍ଦର୍ଯ୍ୟକରଣ ହେଉ, ବିଜୁ ସାଇନ୍ସ ପାର୍କ, ବିଜୁ ମୀନାର, ବିଜୁ ସ୍ମାରକୀ ଯାତ୍ରୀ ନିବାସ(ଅଧୁନା କୋଭିଡ୍ ହସ୍ପିଟାଲ), ଆମ୍ବେଦକର ପାର୍କ ନିକଟ ରେ ମୁକ୍ତାକାଶ ବ୍ୟାୟାମ ଶାଳା ଏ ସମସ୍ତ ପ୍ରକଳ୍ପ ର ମୁଖ୍ୟ ବିନ୍ଧାଣୀ ସାଜି ପୌରାଧ୍ୟକ୍ଷ ଭାବେ ଅନନ୍ୟ ଭେଟି ଦେଇଛନ୍ତି ପାରାଦୀପବାସୀଙ୍କୁ । ନିଜ ର ରାଜନୈତିକ ପ୍ରତିଦ୍ୱନ୍ଦିମାନଙ୍କୁ ପଛ ରେ ପକାଇ ବସନ୍ତ ସମଗ୍ର ଅଂଚଳ ରେ ଘରେ ଘରେ ପରିଚିତ ହୋଇପାରିଛନ୍ତି । ପାରାଦୀପ ର ବିଭିନ୍ନ ବସ୍ତି ଓ କଲୋନୀମାନଙ୍କ ରେ ଶୌଚାଳୟ, କମୁନିଟି ହଲ୍ ପ୍ରତିଷ୍ଠା କରି ଲୋକମାନଙ୍କୁ ପୌରପାଳିକା ର ଦାୟିତ୍ୱ ଓ କର୍ତବ୍ୟ କଣ ତାହା ସେ ବୁଝାଇ ଦେଇଛନ୍ତି । କେବଳ ପାରାଦୀପ ନୁହେଁ ଜଗତସିଂହପୁର ଜିଲ୍ଲା ଓ ରାଜ୍ୟସ୍ତର ରେ ନିଜ ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଜଣେ କର୍ତବ୍ୟନିଷ୍ଟ ପୌରାଧ୍ୟକ୍ଷ ଭାବେ ପାରଦୀପ ସହର ରେ ସ୍ୱଛତା ଓ ପ୍ରଦୂଷିତ ପରିବେଶ ରୁ ସୁରକ୍ଷା ଦେଇ ରାଜ୍ୟସ୍ତର ରେ ପାରାଦୀପ ପୌରପାଳିକା କୁ ଶ୍ରେଷ୍ଟ ପୌରପାଳିକା ଭାବେ ଗୌରାବନ୍ୱିତ କରିଥିଲେ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଠାରୁ ପାରାଦୀପ ପୌରପାଳିକା ଶ୍ରେଷ୍ଟ ସ୍ୱଛ ପୌରପାଳିକା ର ପୁରସ୍କାର ହାସଲ କରିଥିଲା । ଘର କୁ ଘର ବୁଲି ସଫେଇ କର୍ମଚାରୀମାନେ ଅଳିଆ ସଂଗ୍ରହ କାର୍ଯ୍ୟ ର ଶୁଭାରମ୍ଭ କରି ସେହି ଅଳିଆ ରୁ ଖତ ପ୍ରସ୍ତୁତ କରିବା ଯୋଜନା ସମଗ୍ର ରାଜ୍ୟ ରେ ପ୍ରଥମ । ଯେଉଁଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପାରାଦୀପ ପୌରପାଳିକା କୁ ଉଚ୍ଚ ପ୍ରଶଂସା କରିଥିଲେ । ଏହା କୁ ଦେଖିବା ପାଇଁ ରାଜ୍ୟ ର ବିଭିନ୍ନ ପୌରପାଳିକା ର ଅଧିକାରୀମାନେ ପାରାଦୀପ ଗସ୍ତ ରେ ଆସି ପାରାଦୀପ ପୌରପାଳିକା ର ମୋ ଖତ ଯୋଜନା କୁ ଦେଖି ନିଜ ନିଜ ଅଂଚଳ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

            ସଂପ୍ରତି ପାରାଦୀପ ପୌର ନିର୍ବାଚନ ଆଗକୁ ଥିବା ବେଳେ ବସନ୍ତ ଙ୍କ ଲୋକପ୍ରିୟତା କୁ ଦେଖି ତାଙ୍କ ଲୋକପ୍ରିୟତା କୁ ନ୍ୟୁନ କରିବା ର ହୀନ ଚକ୍ରାନ୍ତ ଆରମ୍ଭ ହେଲାଣି । ବସନ୍ତ ବିଶ୍ୱାଳ ପାରାଦୀପ ର ଏକ ଶିକ୍ଷାନୁଷ୍ଠାନ ସହିତ ଜଡିତ ଅଛନ୍ତି । ଏହି ଶିକ୍ଷାନୁଷ୍ଠାନ କୁ ଜୋଡି ତାଙ୍କ ନାମ ରେ ଏକ ମାମଲା ରୁଜୁ କରିବା ର ଉଦ୍ୟମ କରିବା ଏବଂ ବସନ୍ତଙ୍କ କୁଶପୁତଳିକା ଦାହ କରିବାର ନୀନ ପ୍ରୟାସ କରିଛି ବିଜେପି । ଯାହାକୁ ନେଇ ସହରବାସୀ ନିନ୍ଦା କରିଛନ୍ତି, ଏହି କୁଶପୁତଳିକା ଦାହ ରେ କେହି ଅଭିଯୋଗକାରୀ/ଅଭିଯୋଗକାରିଣୀ ନଥିବା ବେଳେ ବିଜେପି ର ଦଳୀୟ କର୍ମୀମାନେ ସାମିଲ ହେବାକୁ ନେଇ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *