ଭୁବନେଶ୍ୱର,୦୨/୦୯/୨୦୨୧(ଓଡ଼ିଶା ସମାଚାର)- ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କପୁଅ ମନୋରଂଜନ ଦାସଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ବର ସ୍ଥିତ ସହିଦନଗରରୁ ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ଏକାଧିକ ମାମଲା ରହିଛି । ତାଙ୍କୁ ଗିରଫ କରିବା ନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିବା ବେଳେ ଆଜି ଖୋର୍ଦ୍ଧା ପୋଲିସ ତାଙ୍କୁ ଉଠାଇ ନେଇଛି ।
ଅମାନବୀୟ ଭାବେ ତାଲିବାନୀ ଶାସନ କରୁଥିଲା ମାନବବାଦ ସଙ୍ଗଠନ । ଚରମ ସୀମାରେ ପହଞ୍ଚିଥିଲା ହିଂସ୍ରତା । ସଙ୍ଗଠନରେ ସାମିଲ ନହେବାରୁ ମାନବିକତାର ସବୁ ସୀମା ଟପିଯାଇଥିଲେ ମାନବବାଦ ସଙ୍ଗଠନର କର୍ମକର୍ତ୍ତା । ବାପ-ପୁଅଙ୍କୁ ଗୋରୁ ଗାଈଙ୍କ ଭଳି ପିଟିଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଭୟରେ ମାଡ ଖାଇଥିବା ବାପ-ପୁଅ ଥାନାରେ ଅଭିଯୋଗ କରିନଥିଲେ ସୁଦ୍ଧା ପରେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହା ପରେ ଚର୍ଚ୍ଚାକୁ ଆସିଥିଲେ ବିବାଦୀୟ ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅ । ତେବେ ପୋଲିସ ଗୁରୁବାର ବାପ ପୁଅଙ୍କୁ ଉଠାଇ ନେଇଛି ।ଓଡ଼ିଶା ସମାଚାର