କଟକ ସଦର, ୦୨/୦୯/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ୨୦୧୪ ମସିହାରେ କଟକ ମାଲଗୋଦାମର ନାମକରା ଡାଲି ଵ୍ୟଵସାୟୀ ମହମ୍ମଦ ଫାରୁକଙ୍କୁ ସ୍ପଷ୍ଟ ଦିବାଲୋକରେ ଦୋକାନ ଭିତରେ ଗୁଳି ମାରି ହତ୍ୟା କରିଥିଵା ଅନ୍ୟତମ ସାର୍ପସୁଟର ତଥା ସୁପାରିକିଲର ଶଙ୍କର ଓରଫ ଦୀପକ ନାୟକକୁ କମିଶନରେଟ କଟକ ପୋଲିସ୍ ୭ ବର୍ଷ ପରେ ଗିରଫ କରିଵାର ଦିନକ
ପରେ ଆଜି ଆଉ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଶଙ୍କର ଠାରୁ ତଥ୍ୟ ହାସଲ କରିଵା ପରେ ୧୮୪/୨୦୧୪ ମାମଲା ଅନୁସାରେ ମାଛୁଆ ଵଜାରର ଚନ୍ଦନ ଵେହେରା, ସିଡିଏ ଅଞ୍ଚଳର ଲଲନ୍ ଗୁପ୍ତା, ଅଲିସାଵଜାରର ରଂଜନ ଵେହେରା ୩ ଜଣଙ୍କୁ ଆଜି ଗିରଫ କରାଯାଇଥିବା କଟକ ଡିସିପି ପ୍ରତୀକ ସିଂହଙ୍କ ଠାରୁ ଜଣାପଡିଛି । ଓଡ଼ିଶା ସମାଚାର