Wednesday , December 1 2021
Breaking News
Home / ବିଶେଷ / ଇମାମବାଡା ବସ୍ତି ପରିଚାଳନା କମିଟିରୁ ବସ୍ତି ସର୍ଦ୍ଧାରଙ୍କ ଇସ୍ତଫା

ଇମାମବାଡା ବସ୍ତି ପରିଚାଳନା କମିଟିରୁ ବସ୍ତି ସର୍ଦ୍ଧାରଙ୍କ ଇସ୍ତଫା

କେନ୍ଦ୍ରାପଡ଼ା, ୦୨/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳର ୧୫ନମ୍ବର ୱାର୍ଡ ଅନ୍ତର୍ଗତ ଇମାମବାଡା ବସ୍ତି ପରିଚାଳନା କମିଟିର ସର୍ଦ୍ଧାର ସୟଦ ଫଜଲ ଅଲ୍ଲୀ(ଧନ୍ନାମିଆଁ) ସର୍ଦ୍ଧାର ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ଗତ ୧୯୭୦ମସିହାରୁ ସେ ନାୟବ ସର୍ଦ୍ଧାର ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ୧୯୯୮ମସିହାରେ ବସ୍ତିର ସର୍ଦ୍ଧାର ଭାବରେ କାର୍ଯ୍ୟ ଆରମ୍ଭ କରି ଦୀର୍ଘ ୨୫ବର୍ଷ ଧରି ନିଜର ଦାୟିତ୍ୱକୁ ସୂଚାରୁ ରୂପରେ ତୁଲାଇ ଆସୁଥିଲେ । କିନ୍ତୁ ବୟସାଧିକ ଏବଂ ଶାରିରୀକ ଅସୁସ୍ଥତାରୁ ସେ କାର୍ଯ୍ୟ ତୁଲାଇବାରେ ଅସମର୍ଥତା ପ୍ରକାଶ କରି ବସ୍ତିର ସର୍ଦ୍ଧାର ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି । ବସ୍ତିର କୋଷାଧ୍ୟକ୍ଷଙ୍କୁ ତାଙ୍କ ଇସ୍ତଫା ପତ୍ର ସେ ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଏହି ବସ୍ତିର ନାୟବ ସର୍ଦ୍ଧାରଙ୍କ ମୃତୁ୍ୟ ପରେ ସେହି ପଦ ମଧ୍ୟ ଖାଲି ପଡିଛି ।  ଓଡ଼ିଶା ସମାଚାର

 

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *