Monday , September 25 2023
Breaking News
Home / ବିଶେଷ / ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ଵ୍ୟଵସାୟୀ ଫାରୁକ୍ ମହମ୍ମଦ ଙ୍କ ହତ୍ୟାକାରୀ ୭ ଵର୍ଷ ପରେ ଗିରଫ

ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ଵ୍ୟଵସାୟୀ ଫାରୁକ୍ ମହମ୍ମଦ ଙ୍କ ହତ୍ୟାକାରୀ ୭ ଵର୍ଷ ପରେ ଗିରଫ

କଟକ ସଦର, ୦୧/୦୯/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ୧୯୧୪ ମସିହାରେ ବହୁଚର୍ଚ୍ଚିତ କଟକ ମାଲଗୋଦାମ ର ଡାଲି ଵ୍ୟଵସାୟୀ ମହମ୍ମଦ ଫାରୁକଙ୍କୁ ଦୋକାନରେ ଗୁଳିମାରି ହତ୍ୟା କରି ଫେରାର ହୋଇଯାଇଥିଵା ମୂଖ୍ୟ ହତ୍ୟାକାରୀକୁ କମିଶନରେଟ କଟକ ମାଲଗୋଦାମ ପୋଲିସ ଘଟଣାର ୭ ବର୍ଷ ପରେ ଗିରଫ କରିଥିଵା ଦୈତ୍ୟ ନଗରୀର ପୋଲିସ କମିଶନର ସୈ।ମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।ହତ୍ୟା ଅଭିଯୁକ୍ତ ଶଙ୍କର ଓରଫ ଦୀପକ କୁମାର ନାୟକ ଘଟଣା ଦିନରୁ ଫେରାଇ ଥିଵା ବେଳେ ରାଜ୍ୟ ଵାହାରକୁ ପଳାଇ ଯିବାକୁ ପ୍ରସ୍ତୁତ ହେଉଥିବା ଗୁଇନ୍ଦା ସୂତ୍ରରୁ ଖଵର ପାଇ ପୋଲିସ୍ ତାକୁ ଧରିଵା ପାଇଁ ଜାଲ ବିଛାଇଥିଲା।ତା ନିକଟରୁ ଏକ ଅତ୍ୟାଧୁନିକ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜଵତ ହୋଇଥିଵା ବେଳେ ତା ନାଁ ରେ ଅନେକ ଗୁଡିଏ ମାମଲା ବିଭିନ୍ନ ଥାନାରେ ରହିଥିଵା ସୂଚନା ମିଳିଛି।ଏ ସମ୍ପର୍କରେ ମାଲଗୋଦାମ ଥାନାରେ ୧୮୪/୨୦୧୪ ରେ ମାମଲା ଦରଜ ରହିଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *