Wednesday , October 4 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ପିପିଏଲ୍ ସମ୍ମୁଖ ରେ ନବ ନିର୍ମାଣ କୃଷକ ସଂଘ ର ଧାରଣା ପ୍ରତ୍ୟାହୃତ – ୭ଦଫା ଦାବି ମାନିବାକୁ ମିଳିଲା ପ୍ରତିଶୃତି

ପିପିଏଲ୍ ସମ୍ମୁଖ ରେ ନବ ନିର୍ମାଣ କୃଷକ ସଂଘ ର ଧାରଣା ପ୍ରତ୍ୟାହୃତ – ୭ଦଫା ଦାବି ମାନିବାକୁ ମିଳିଲା ପ୍ରତିଶୃତି

ପାରାଦୀପ ୦୧/୦୯/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଫସଫେଟସ୍ ଲିମିଟେଡ୍ (ପିପିଏଲ୍) ସମ୍ମୁଖ ରେ ୭ ଦଫା ଦାବି ନେଇ ଧାରଣା ଦେଇଥିଲା ନବ ନିର୍ମାଣ କୃଷକ ସଂଘ । ଦୀର୍ଘ ୫ ଦିନ ଧରି ପିପିଏଲ ଫାଟକ ନିକଟ ରେ ଦାବି ପୂରଣ ନିମନ୍ତେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ ବି ଆଲୋଚନା ପାଇଁ କେହି ବି ଆସି ନଥିଲେ । ବାଧ୍ୟ ହୋଇ ମଙ୍ଗଳବାର ଦିନ ପିପିଏଲ୍ କୁ ଯାଉଥିବା ଗାଡି ଓ ଲୋକମାନଙ୍କୁ ଅଟକାଇଥିଲେ । ଶେଷ ରେ ମଙ୍ଗଳବାର ଅପରାହ୍ନ ରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ରେ ପ୍ରଶାସନ, କମ୍ପାନୀ କର୍ତୃପକ୍ଷ ଓ ନବ ନିର୍ମାଣ କୃଷକ ସଂଘ ର ୭ଜଣିଆ ପ୍ରତିନିଧି ଏକ ମିଳିତ ବୈଠକ ରେ ବସିଥିଲେ । ଏହି ବୈଠକ ରେ ନବ ନିର୍ମାଣ କୃଷକ ସଂଘ ର ସମସ୍ତ ଦାବି କମ୍ପାନୀ ମାନି ନେଇଥିବା କୃଷକ ସଂଘ ର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର କୁଅଁର ସୂଚନା ଦେଇଛନ୍ତି । ପ୍ରକାଶଥାଉକି, ପିପିଏଲ୍ ସାରକାରଖାନା ନିର୍ମାଣ ସମୟ ରେ ଜମି ଅଧିଗ୍ରହଣ ସମୟ ରେ ୧୫୦୯ ଏକର ସମ୍ପତି ମଧ୍ୟ ରୁ ୧୮୪ ଏକର ସମ୍ପତି ର କ୍ଷତିପୂରଣ ବର୍ତମାନ ସୁଦ୍ଧା ଚାଷୀମାନେ ପାଇନାହାନ୍ତି । ଅନ୍ୟପକ୍ଷରେ କୈବର୍ତମାନେ ପ୍ରତିବର୍ଷ ଜଳକର ଦେଇଆସୁଥିବା ୪୩.୩୩ ଏକର ନଦୀ କୁ ପିପିଏଲ୍ ତାର ପରିସୀମା ଭିତରେ ରଖି ପାଚେରୀ ନିର୍ମାଣ କରିଥିବାରୁ କୈବର୍ତ ସମ୍ପ୍ରଦାୟ ସେମାନଙ୍କ କ୍ଷତିପୂରଣ ପାଇପାରୁନାହାନ୍ତି । ଜମି ହରେଇଥିବା ଜମିହରାଙ୍କୁ ଏପର୍ୟ୍ୟନ୍ତ ନିଯୁକ୍ତି ମଧ୍ୟ ମିଳିନାହିଁ, ଯାହାକୁ ପିପିଏଲ୍ କର୍ତୃପକ୍ଷ ବାରମ୍ବାର ଏଡାଇ ଚାଲିଥିବା କୃଷକ ସଂଘ ଅଭିଯୋଗ କରିଥିଲା । ଏହି ଧାରଣା ରେ ବାଲିକୁଦା ବ୍ଲକ୍ ସଂଯୋଜକ ରଘୁନାଥ ନାୟକ, କୃଷକ ନେତା ବିଷ୍ଣୁ ଚରଣ ନାୟକ, ଉପଦେଷ୍ଟା ପ୍ରମୋଦ କୁମାର ଜେନା, ଆଂଚଳିକ କୃଷକ କଲ୍ୟାଣ କମିଟି ସଭାପତି ଶ୍ରୀଧର ବେହେରା,ସହସମ୍ପାଦକ ବିଜୟ କୁମାର ସ୍ୱାଇଁ, ଚାଷୀ ପ୍ରତିନିଧି ସର୍ବେଶ୍ୱର ପ୍ରଧାନ, ବଳରାମ ମାଝୀ, ମହିଳା ପ୍ରତିନିଧି ଉର୍ମିଳା ସ୍ୱାଇଁ ଓ ମନୋଜ ପରିଡା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *