Wednesday , December 1 2021
Breaking News
Home / ବିଶେଷ / ଟ୍ରେଜେରୀ କର୍ମଚାରୀଙ୍କ କ୍ୟାଡ଼ର ପୁର୍ନଗଠନ ପାଇଁ ଦାବି

ଟ୍ରେଜେରୀ କର୍ମଚାରୀଙ୍କ କ୍ୟାଡ଼ର ପୁର୍ନଗଠନ ପାଇଁ ଦାବି

ଭୁବନେଶ୍ୱର,୦୧/୦୯/୨୦୨୧(ଓଡ଼ିଶା ସମାଚାର)-ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀମାନଙ୍କର କ୍ୟାଡ଼ର ପୁର୍ନଗଠନ ଆଜକୁ ଦୁଇବର୍ଷ ହେଲା ହୋଇସାରିଥିଲା ବେଳେ ଓଡ଼ିଶା ଟ୍ରେଜେରୀ ଅମଲାମାନଙ୍କର କ୍ୟାଡ଼ର ପୁର୍ନଗଠନ ପାଇଁ ଅଦ୍ୟାବଧି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ତରଫରୁ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନାହିଁ । ଉକ୍ତ କ୍ୟାଡ଼ର ପୁର୍ନଗଠନ ପାଇଁ ଟ୍ରେଜେରୀ ଅମଲା ସଂଘ ତରଫରୁ ଦୀର୍ଘବର୍ଷ ହେଲା ଟ୍ରେଜେରୀ ନିର୍ଦ୍ଧେଶକ ଏବଂ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଲିଖିତ ନିବେଦନ କରିଥିଲେ ମଧ୍ୟ ସରକାର ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ପରିତାପର ବିଷୟ ଯେ, ଇତି ମଧ୍ୟରେ ଟ୍ରେଜେରୀର ବହୁ କର୍ମଚାରୀ କ୍ୟାଡ଼ର ପୁର୍ନଗଠନର ସୁଫଳ ନପାଇ ଅବସର ନେଇସାରିଲେଣି । ଟ୍ରେଜେରୀ ନିର୍ଦ୍ଧେଶାଳୟରେ ଟ୍ରେଜେରୀ କ୍ୟାଡ଼ର ପୁର୍ନଗଠନ ପ୍ରକି୍ରୟାକୁ ଦୀର୍ଘ ଦୁଇବର୍ଷ ଧରି ଅର୍ଥ ବିଭାଗ ଅନୁମୋଦନ ପାଇଁ ଟାଳଟୁଳ ନୀତି ଅବଲମ୍ବନ କରି ପକାଇଛନ୍ତି । ଦୀର୍ଘଦିନ ଧରି ପଡ଼ି ରହିଥିବା ଟ୍ରେଜେରୀ କ୍ୟାଡ଼ର ପୁର୍ନଗଠନ ପ୍ରକ୍ରି୍ରୟା ପାଇଁ ଟ୍ରେଜେରୀ କର୍ମଚାରୀମାନଙ୍କ ଭିତରେ ଗଭୀର ଅସନ୍ତୋଷ ଦେଖାଦେବା ସହିତ ଭବିଷ୍ୟତରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ଟ୍ରେଜେରୀ ଅମଲା ସଂଘ ନିଷ୍ପତି ନେଇଛି । ସଂଘ ତରଫରୁ ସଭାପତି ଶ୍ରୀ ସମର ରଞ୍ଜନ କାନୁନଗୋ, ସାଧାରଣ ସମ୍ପାଦକ ଶ୍ରୀ ଶୁଭେନ୍ଦୁ କୁମାର ରାଉତରାୟ ପ୍ରମୁଖ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ ଓ ଅର୍ଥବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟରେ ତୁରନ୍ତ ଟ୍ରେଜେରୀ କର୍ମଚାରୀଙ୍କ କ୍ୟାଡ଼ର ପୁର୍ନଗଠନ ଆଦେଶନାମା କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବୃନ୍ଦାବନ ଦାସଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା 

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମପଂଚାୟତର ସମାଜସେବୀ ସ୍ୱର୍ଗତ ବୃନ୍ଦାବନ ଦାସ (ବାଜିଆ)ଙ୍କ ଏକାଦଶାହ ଅବସରରେ …

Leave a Reply

Your email address will not be published. Required fields are marked *