Saturday , November 27 2021
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ପଠାଇବା ନିମନ୍ତେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଓ ବିଡିଓଙ୍କୁ ଦାବିପତ୍ର

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ପଠାଇବା ନିମନ୍ତେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଓ ବିଡିଓଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୦୧/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ ଓ ବିଡିଓ ଅଶ୍ୱିନୀ କୁମାର ଦାସଙ୍କୁ ଭେଟି କେନ୍ଦ୍ରାପଡାରେ ଏକ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଏକ ପ୍ରସ୍ତାବ ପଂଚାୟତ ସମିତିରେ ଗୃହିତ କରାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପଠାଇବାକୁ ନିବେଦନ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ୯ଟି ବ୍ଲକ ଓ ୨ଟି ପୌରାଂଚଳକୁ ନେଇ ଗଠିତ ହୋଇଥିବା ବେଳେ ୨୪୯ଟି ଗ୍ରାମପଂଚାୟତର ୧୫୯୨ଟି ରାଜସ୍ୱ ଗ୍ରାମରେ ୧୫ଲକ୍ଷ ଲୋକ ବାସକରନ୍ତି । ଏହି ଜିଲ୍ଲାରେ ମହାନଦୀ ଓ ବ୍ରାହ୍ମଣୀ ଦୁଇ ନଦୀ ପ୍ରବାହିତ । ଯାହା ଫଳରେ ଅନେକ ଅଂଚଳରେ ଗମନାଗମନରେ ସମସ୍ୟା ଉପୁଜିଥାଏ । ଏହି ଜିଲ୍ଲା ଦେଇ ୫ନମ୍ବର(କ) ଜାତୀୟ ରାଜପଥ ଯାଇଥିବା ବେଳେ ସେହି ରାଜପଥରେ ଦୈନିକ ଦୂର୍ଘଟଣାମାନ ଘଟିଥାଏ । ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଆମକୁ କଟକ ବଡ ଡାକ୍ତରଖାନା କିମ୍ବା ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡିଥାଏ । ଗୁରୁତର ରୋଗୀଟିକୁ ଏଠାରୁ କଟକ କିମ୍ବା ଭୁବନେଶ୍ୱର ନେବା ବେଳେ ଅନେକ ସମୟରେ ବାଟରେ ତାର ମୃତୁ୍ୟ ହୋଇଯାଇଥାଏ । ଏହି ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟ ସମେତ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର, ୯ଟି ଗୋଷ୍ଠି ଓ ୪୬ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । କିନ୍ତୁ ସେହିସବୁ ଡାକ୍ତରଖାନାରେ ଆବଶ୍ୟକତା ଠାରୁ ଯଥେଷ୍ଟ କମ ସଂଖ୍ୟକ ଡାକ୍ତର ଥିବାରୁ ରୋଗୀମାନେ ଉପଯୁକ୍ତ ସେବା ପାଇପାରନ୍ତି ନାହିଁ । ରାଜ୍ୟରେ ପୂର୍ବରୁ ୩ଟି ମେଡିକାଲ କଲେଜ ଥିବାବେଳେ ତାହା ଏବେ ୧୦ଟିକୁ ବୃଦ୍ଧି ପାଇସାରିଛି । ତେଣୁ କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ନିମନ୍ତେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପଂଚାୟତ ସମିତି ସମେତ ବ୍ଲକର ୨୭ଟି ଗ୍ରାମପଂଚାୟତରେ ଏସମ୍ପର୍କରେ ଏକ ପ୍ରସ୍ତାବ ଗୃହିତ କରାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପଠାଇବାକୁ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ଅଧ୍ୟାପକ ଅଜୟ ସାମଲ, ଭଜକୃଷ୍ଣ ରାଉତ, ଫକିର ଚରଣ ଖଟୁଆ, ପ୍ରଫୁଲ୍ଲ କୁମାର ଦାସ, ଆଦିକନ୍ଦ ରାଉଳ, ପ୍ରଦୁ୍ୟମ୍ନ କୁମାର ଜେନା, ଅମୀୟ କୁମାର ନାୟକ ପ୍ରମୁଖ ବ୍ଲକ ଅଧ୍ୟକ୍ଷ ଓ ବିଡିଓଙ୍କୁ ନିବେଦନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୮୧ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର ,୨୫/୧୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ …

Leave a Reply

Your email address will not be published. Required fields are marked *