କଟକ ସଦର, ୦୧/୦୯/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାର ୬୬ ହଜାର ୫୩୫ ଜଣ ଚାଷୀ ଚଳିତ ଖରିଫ୍ ଋତୁରେ ଉତ୍ପାଦିତ ଧାନକୁ ବିକ୍ରି କରିବାକୁ ସେମାନଙ୍କ ଅଞ୍ଚଳରେ ଥିଵା ପ୍ରାଥମିକ କୃଷି ସମବାୟ ସମିତିରେ ନାମ ପଞ୍ଜିକରଣ କରିଥିଵା ଜଣାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଜିଲ୍ଲାର ସମସ୍ତ ୧୪ ଗୋଟି ଵ୍ଲକରେ ରହିଥିଵା ୨୨୬ ଟି ଫାକସ୍ ମାଧ୍ୟମରେ ଖରିଫ୍ ଧାନ ଚାଷୀମାନଙ୍କ ଠାରୁ କିଣାଯିଵ। ଚାଷୀମାନଙ୍କର ସୁବିଧା ପାଇଁ ଗତ ଜୁଲାଇ ୧୫ ରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଵାଵେଳେ ଅଗଷ୍ଟ ୨୬ ରେ ଶେଷ ହୋଇଥିଲା।ଧାନ ଅମଳ ପରେ ଯେ କୈ।ଣସି ଚାଷୀ ପଞ୍ଚିକୃତ ନମ୍ବର ନେଇ ଡିସେମ୍ବର ଶେଷ ସପ୍ତାହରୁ ଆସନ୍ତା ୨୦୨୨ ଏପ୍ରିଲ ମାସ ୩୧ ତାରିଖ ମଧ୍ୟରେ ଧାନ ଵିକ୍ରୟ କରିପାରିବେ। ଚାଷୀମାନଙ୍କର ସୁବିଧା ସୁଯୋଗ ପାଇଁ କଟକ ସଦର ଉପଖଣ୍ଡରେ ୮୭ ଟି,ଆଠଗଡ ଉପଖଣ୍ଡରେ ୭୨ଟି ଓ ବାଙ୍କି ଉପଖଣ୍ଡରେ ୪୫ ଟି ପାକସ୍ ମାଧ୍ୟମରେ ମଣ୍ଡିରେ ଧାନ ଵିକ୍ରୟ କରିପାରିବେ ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜଣାପଡିଛି।ଏଥିପାଇଁ ପ୍ରତ୍ୟେକ ଵ୍ଲକର ଯୋଗାଣ ନିରିକ୍ଷକମାନେ ସମନ୍ୱୟ ରକ୍ଷା କରିଵେ ବୋଲି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସମାଚାର