Thursday , June 30 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ଆଇଓସିଏଲ ପାରାଦୀପ ରିଫାଇନାରୀରେ ଶ୍ରମିକ ଅଶାନ୍ତି – ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ଆଇଓସିଏଲ ପାରାଦୀପ ରିଫାଇନାରୀରେ ଶ୍ରମିକ ଅଶାନ୍ତି – ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ପାରାଦୀପ ୦୧/୦୯/୨୦୨୧(ଓଡ଼ିଶା ସମାଚାର)- ପାରାଦୀପସ୍ଥ ଆଇଓସିଏଲ ରିଫାଇନାରୀରେ ସ୍ଥାନୀୟ ବିବାଦ ଛାଡିବାର ନା ଧରୁନି । ରିଫାଇନାରୀ କର୍ତୃପକ୍ଷଙ୍କ ଆନ୍ତରିକତା ର ଅଭାବରୁ ସ୍ଥାନୀୟ ସମସ୍ୟା ବୃଦ୍ଧି ହେଉଥିବା ପରିଲକ୍ଷିତ ହେଉଛି । ଏହି ପ୍ରକଳ୍ପ ପାଇଁ ଜମି ହରାଇଥିବା ଶ୍ରମିକ, ଠିକାଦାର ମାନେ ନିଜର ହକ୍ ପ୍ରାପ୍ୟ ଓ ସୁବିଧା ପାଇଁ ସର୍ବଦା ସଂଗ୍ରାମ କରୁଥିବାର ଦେଖିବାକୁ ମିଳୁଛି । ଏହି ପ୍ରକଳ୍ପରେ କାର୍ୟ୍ୟ କରୁଥିବା ସ୍ଥାନୀୟ ଠିକାଦାର ଦୀର୍ଘ ଦିନ ହେବ ନିଜର ବକେୟା ଅର୍ଥ ଦାବିରେ ଧାରଣା ଦେଇଥିବା ବେଳେ, ମଙ୍ଗଳବାର ଦିନ ବିଭିନ୍ନ ଠିକା ଶ୍ରମିକମାନେ ନିଜର ବକେୟା ଦରମା ଓ ଅନ୍ୟାନ୍ୟ ୧୦ଦଫା ଦାବି ନେଇ ଆଇଓସିଏଲ୍ ରିଫାଇନାରୀ ର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପାରାଦୀପ ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘ ର ସଭାପତି ଅରିନ୍ଦମ ସାର୍ଖେଲ ଙ୍କ ନେତୃତ୍ୱରେ ଶ୍ରମିକ ମାନେ କଳାପତାକା ପ୍ରଦର୍ଶନ କରି କର୍ତୃପକ୍ଷଙ୍କ ମନମୁଖ୍ୟ କାର୍ୟ୍ୟର ବିରୋଧ କରିଥିଲେ । କରୋନା ମହାମାରୀ ସମୟରେ ସରକାର ଜନସାଧାରଣଙ୍କ ସୁବିଧା ସୁଯୋଗ ପ୍ରତି ସକରାତ୍ମକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆଇଓସିଏଲ କର୍ତୃପକ୍ଷଙ୍କ ମହାମାରୀ ସମୟରେ ସ୍ଥାନୀୟ ଶ୍ରମିକ ଓ ଠିକାଦାରଙ୍କ ବକେୟା ପ୍ରାପ୍ୟ ଦେବାରେ ନକରାତ୍ମକ ଭୂମିକାକୁ ସାଧାରଣରେ ନିନ୍ଦା କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଅଭାବ: କ୍ଷତି ଭରଣା ପାଇଁ ଚଢା ଦରରେ ବିକ୍ରୀ ହେଉଛି ପେଟ୍ରୋଲ

କେନ୍ଦ୍ରାପଡ଼ା, ୧୭/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡାରେ ଥିବା ଅର୍ଦ୍ଧାଧିକ ପେଟ୍ରୋଲ ଟାଙ୍କିରେ ଏବେ ପେଟ୍ରୋଲ ଶୂନ୍ୟ ହୋଇଯାଇଛି । …

Leave a Reply

Your email address will not be published. Required fields are marked *