କେନ୍ଦ୍ରାପଡ଼ା, ୩୧/୦୮/୨୦୨୧(ଓଡ଼ିଶା ସମାଚାର)- ପୁରୁଣା ଅଦାଲତ ସନ୍ନିକଟ ହଜରତ ମନସୁର ସାହା ବାବାଙ୍କ ଉର୍ସ ଉତ୍ସବ ପାଳିତ ହୋଇଯାଇଛି । ଦୁଇବର୍ଷ ଧରି କରୋନା ମହାମାରୀ ଲାଗି ରହିଥିବାରୁ ଏହି ଉତ୍ସବ ଅବସରରେ କୈାଣସି ଧର୍ମସଭା ଅନୁଷ୍ଠିତ ନହୋଇ କେବଳ କୋଭିଡ କଟକଣା ଅନୁପାଳନ ପୂର୍ବକ ଏହି ଉତ୍ସବ ପାଳିତ ହୋଇଆସୁଛି । ଉତ୍ସବ ଅବସରରେ ଜିଲ୍ଲା ବାହାରୁ ଏବଂ ଜିଲ୍ଲା ଭିତରର ବିଭିନ୍ନ ସ୍ଥାନରୁ ବହୁ ଲୋକ ବାବାଙ୍କ ଏହି ଉତ୍ସବରେ ସାମିଲ ହୋଇ ଚଦର ଏବଂ ଫୁଲମାଳ ଚଢାଇଥିଲେ । ଏହି କାର୍ଯ୍ୟକ୍ରମକୁ ସେକ ମେହେମୁଦ, ସେକ ଇଜାଜୁଲ୍ଲା,ସେକ କୟୁମ, ସେକ ଆବାଦି, ହାଜି ସେକ ସଲାଉଦ୍ଧିନ, ସେକ ଗୟାସୁଦ୍ଧିନ ବଲବନ, ସେକ ନାଜି ପ୍ରମୁଖ ପରିଚାଳନା କରିଥିଲେ ।ଓଡ଼ିଶା ସମାଚାର
