Saturday , December 10 2022
Home / ବିଶେଷ / ସ୍ୱାୟତ୍ତ ଶାସନ ଦିବସ ପାଳିତ

ସ୍ୱାୟତ୍ତ ଶାସନ ଦିବସ ପାଳିତ

କଟକ ୩୧/୦୮/୨୦୨୧(ଓଡ଼ିଶା ସମାଚାର/ ଦେବଶିଷ ରଥ)-କଟକ ମହାନଦୀ ବିହାର ମହାନଗର ନିଗମ ୪୭ ନମ୍ବର ୱାର୍ଡ଼ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି । ୱାର୍ଡର ପୂର୍ବତନ କର୍ପୋରେଟର କବିତା ଖଣ୍ଡାଇ ଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ଉତ୍ସବ ଅବସରରେ ମହାନ୍ ଜନ ନେତା, ରାଷ୍ଟ୍ରନୀତିଜ୍ଞ, ଇଣ୍ଡୋନେସିଆ ର ଭୂମି ପୁତ୍ର, ଝଡ ର ଇଗଲ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିରେ ସର୍ବଶ୍ରୀ ଭଗବାନ ବିଶ୍ଵାଳ, ମାନବେଶ ରାୟ, ରମଣୀ ରଞ୍ଜନ ଦାସ, ସତ୍ୟବାଦୀ ପ୍ରଧାନ,ଦୀପକ ରାଉତରାୟ, ସତ୍ୟଜିତ ମଣ୍ଡଲ, ଜଗମୋହନ ସଡଙ୍ଗୀ, ବାବୁଲା ଦାସ, କୀର୍ତ୍ତିଧନ ତ୍ରିପାଠୀ, ସୋମନାଥ ମହାନ୍ତି, ପ୍ରକାଶ ସାହାଣୀ, ରାକେଶ୍ ତ୍ରିପାଠୀ, ଗୁରୁଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.