ସାଲେପୁର,୩୧/୦୮/୨୦୨୧(ଓଡିଶା ସମାଚାର / ଅଭୟ ଜେନା ) – ଓଡିଶା ଡ୍ରାଇଭର ମହାସଂଘ ଆନୁକୂଲ୍ୟରେ ସାଲେପୁର ଡ୍ରାଇଭର ସଂଘ ର ଏକ ବୈଠକ ସାଲେପୁର ସତ୍ୟଲକ୍ଷ୍ମୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲାର ସଭାପତି ଜଗନ୍ନାଥ ଦୀକ୍ଷିତ ଓ ସମ୍ମାନୀତ ଅତିଥି ଭାବେ କଟକ ସଂଘର ଆଡମିନ ଗୋଲକ ଚନ୍ଦ୍ର ମଲିକ,ନରାୟଣ ଦାସ ମାହାଙ୍ଗା ବ୍ଲକ ର ଆଡମିନ ସରତ ଜେନା, ଧନେସ୍ୱର ଜେନା , ନିଶ୍ଚିନ୍ତ କୋଇଲି ବ୍ଲକ ର ଆଡମିନ ନିଲୁ ଜେନା, ସରୋଜ କୁମାର ବେଉରା ,ସାଲେପୁର ସଂଘ ର ଆଡମିନ ନିରଞ୍ଜନ ମଲିକ, ବଳରାମ ବେହେରା, ବରିଷ୍ଠ ସାମ୍ବାଦିକ ଅଭୟ ଜେନା,ତାରାକାନ୍ତ ନାଏକ, ମହେଶ୍ୱର ବେହେରା ଯୋଗ ଦେଇଥିଲେ । ସମସ୍ତ ଅତିଥି ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।
ଓଡିଶା ଡ୍ରାଇଭର ମହାସଂଘର ମୁଖ୍ୟ ଉଦ୍ଦେଶ୍ୟ, ଡ୍ରାଇଭର ସବୁ କ୍ଷେତ୍ରରେ ଆଗୁଆହୋଇ ଆମ୍ବୁଲାନ୍ସ ଠାରୁ ସଫେଇ ଗାଡ଼ି ପର୍ୟ୍ୟନ୍ତ ନିର୍ଦ୍ବନ୍ଦ୍ଵ ରେ ଚଳାଇ ଥାନ୍ତି. । ଡ୍ରାଇଭର ଙ୍କ ର ଭୂମିକାଗୁରୁତ୍ୱ ପୂର୍ଣ୍ଣ. । କିନ୍ତୁ ଡ୍ରାଇଭର ଙ୍କୁ ଆଜି ଅଣଦେଖା କରାଯାଉଛି । କୋଭିଡି ଯୋଦ୍ଧା ଭାବେ ଘୋଷଣା କରିବା ଏବଂ କରୋନା ଟୀକା ନିର୍ଦ୍ବନ୍ଦ୍ଵ ରେ ଡ୍ରାଇଭର ଙ୍କୁ ପ୍ରଦାନ ପାଇଁ ସରକାର ତୁରନ୍ତ ଘୋଷଣା କରନ୍ତୁ ବୋଲି ସଂଘର ସଦସ୍ୟ ମାନେ ଦାବିକରିଛନ୍ତି । ଓଡ଼ିଶା ସମାଚାର