Monday , March 27 2023
Breaking News
Home / ବିଶେଷ / ରଟିଲୋ ମହାନଦୀ ପଠା ଜବରଦଖଲ ପ୍ରସଙ୍ଗ, ସେପ୍ଟେମ୍ବର ୨ ରେ ଉଛେଦ ଚୂଡାନ୍ତ

ରଟିଲୋ ମହାନଦୀ ପଠା ଜବରଦଖଲ ପ୍ରସଙ୍ଗ, ସେପ୍ଟେମ୍ବର ୨ ରେ ଉଛେଦ ଚୂଡାନ୍ତ

କଟକ ସଦର ୩୧/୦୮/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା) କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ମøଜା ମହାନଦୀ ପଠା ଜବରଦଖଲ ଉଚ୍ଛେଦ ପାଇଁ ସେପ୍ଟେମ୍ବର ୨ ତାରିଖ ଗୁରୁବାରକୁ ସମୟ ଧାର୍ୟ୍ୟ ହୋଇଛି । ପ୍ରଶାସନିକ ଅଧିକାରୀଙ୍କ ମଙ୍ଗଳବାର କ୍ଷେତ୍ର ପରିଦର୍ଶନ ସହ ଉଛେଦ ପାଇଁ ପ୍ରସ୍ତୁତି ସରିଥିଵା ଜଣାପଡିଛି। ସେପ୍ଟେମ୍ବର ୩ ରେ ଏନ୍ ଜି ଟିଙ୍କ ନିକଟରେ ଉଛେଦ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ କଟକ ଜିଲ୍ଲା ପ୍ରଶାସନକୁ ନୋଟିସ୍ ହୋଇ ଥିଵା ଵେଳେ ଏବଂ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ମାମଲା ଖାରଜ ହୋଇଯିବା ପରେ ଜିଲ୍ଲା ପ୍ରଶାସନ ଉଛେଦ ପାଇଁ ତତ୍ପର ହୋଇପଡିଛି।ଉଛେଦ ଦିନ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଵେଳେ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯିଵ ଵୋଲି ଜଣାଯାଇଛି। ଏଥିପାଇଁ ଆଜି ମଙ୍ଗଳବାର କଟକ ଜିଲ୍ଲା ଏଡିମ୍ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ଵେଉରା, କିଶନନଗର ତହସିଲଦାର ସୁଚେତା ମହାପାତ୍ର,ଥାନା ଅଧିକାରିଣୀ ସସ୍ମିତା ରଣା ପ୍ରମୁଖ ଅନେକ ଅଧିକାରୀ ଉଛେଦ ସ୍ଥଳ ପରିଦର୍ଶନ ସହ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରି ଫେରି ଯାଇଛନ୍ତି। ଉଛେଦ ପ୍ରକ୍ରିୟା ଚୁଡାନ୍ତ ଵୋଲି ଜଣାପଡିଥିଵାରୁ ଉକ୍ତ ସ୍ଥାନରେ ଥିବା ପଞ୍ଚମୂଖୀ ହନୁମାନ ଭକ୍ତଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.