କେନ୍ଦ୍ରାପଡ଼ା, ୩୧/୦୮/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚାର ଉପସଭାପତି ମହମ୍ମଦ ସଲିମ ଖାନ ଦିଲ୍ଲୀ ଗସ୍ତକରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରାପଡା ସାସଂଦ ବୈଜୟନ୍ତ ପଣ୍ଡାଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତକରି ବିଭିନ୍ନ ରାଜନୈତିକ ଓ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଏବଂ ବିଶେଷ ଭାବରେ ଆଗାମୀ ପୌର ନିର୍ବାଚନ ସମ୍ପର୍କରେ ସଲିମ ଶ୍ରୀ ପଣ୍ଡାଙ୍କ ସହିତ ଆଲୋଚନା କରିଛନ୍ତି । ଏଥିସହିତ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଓ ରାଜକନିକା ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀ ଜଳ ପ୍ରକଳ୍ପକୁ ନେଇ ଉପୁଜିଥିବା ଜନ ଆନ୍ଦୋଳନ ସମ୍ପର୍କରେ ମଧ୍ୟ ସଲିମ ଶ୍ରୀ ପଣ୍ଡାଙ୍କୁ ଅବଗତ କରାଇଛନ୍ତି । ଗତ ୨୦୧୬ ମସିହାରୁ କେନ୍ଦ୍ରାପଡା ପୌର ପରିଷଦର ନିର୍ବାଚନ ହୋଇନଥିବାରୁ ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ ବିଭିନ୍ନ ବାଧା ଉପୁଜୁଥିବା ସମ୍ପର୍କରେ ସଲିମ ଉପାଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କୁ ଜଣାଇଛନ୍ତି । ସେହିପରି ସଲିମ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ମଣିପୁର ରାଜ୍ୟର ପ୍ରଭାରୀ ଡଃ. ସମ୍ବିତ ପାତ୍ରଙ୍କୁ ମଧ୍ୟ ସୈାଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ଦଳୀୟ ସାଂଗଠନିକ ବିଷୟରେ ଆଲୋଚନା କରିଛନ୍ତି । ଓଡ଼ିଶା ସମାଚାର