Saturday , April 1 2023
Breaking News
Home / ସ୍ୱାସ୍ଥ୍ୟ / ଧିମେଇ ଗଲାଣି ମାସ୍କ ଯାଂଚ ଅଭିଯାନ, ଗାଁ ଠୁ ସହର ସଵୁଠି ସମାନ,ଵିଗିଡିବ ତୃତୀୟ ଲହର ସ୍ଥିତି

ଧିମେଇ ଗଲାଣି ମାସ୍କ ଯାଂଚ ଅଭିଯାନ, ଗାଁ ଠୁ ସହର ସଵୁଠି ସମାନ,ଵିଗିଡିବ ତୃତୀୟ ଲହର ସ୍ଥିତି

କଟକ ସଦର ୩୧/୦୮/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା) – ଆସନ୍ତା କାଲି ସେପ୍ଟେମ୍ବର ୧ ତାରିଖ ଠାରୁ ଲକ୍ ଡାଉନ ସଟ୍ ଡାଉନ୍ କଟକଣାକୁ ସଂପୂର୍ଣ୍ଣ କୋହଳ କରାଯିଵା ଘୋଷଣା କରାଯାଇଥିବା ଵେଳେ ତୃତୀୟ ଲହରର ଭୟ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି। ମହାମାରୀର ଵଡ ଅସ୍ତ୍ର କୁହାଯାଉଥିବା ମାସ୍କର ବ୍ୟବହାର କିନ୍ତୁ ଧିମା ପଡ଼ିଯାଇଛି। ଯେଉଁଠି ଵଡ ଵଡ ସହରରେ ଲୋକେ ମାସ୍କ ପିନ୍ଧୁ ନାହାନ୍ତି ସେଠାରେ ଛୋଟ ସହର ହାଟ ଵଜାର ଓ ଗ୍ରାମାଞ୍ଚଳର କଥା କିଏ ପଚାରେ। ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵିତୀୟ ଲହର ଆରମ୍ଭ ସମୟରେ ମାସ୍କର ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ଅଭିଯାନରେ ପରିଣତ କରିଵାକୁ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ। ଏବଂ ବିଧାୟକ ପାଣ୍ଠିରୁ ମାସ୍କ ଯୋଗାଇ ଦେବାକୁ ବିଧାୟକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଘର ପିଛା କେଵଳ ନାମକୁ ମାତ୍ର ଦୁଇ ତିନୋଟି ମାସ୍କ ଵଣ୍ଟନ କରାଯାଇ ମୂଖ୍ୟ ମନ୍ତ୍ରୀ ଙ୍କ ନିର୍ଦେଶ ପାଳନ କରାଯାଇଥିଵା ଅଭିଯୋଗ ହେଉଛି। ପ୍ରଥମ ଲହରରେ ମାସ୍କ ବ୍ୟବହାର ଯାହା ଥିଲା ଦ୍ୱିତୀୟ ଲହର ଵେଳକୁ ତାହା କିଛିଟା କମି ଯାଇଥିଲା।ଏଵେ କୋଭିଡ୍ କଟକଣା ଠାରୁ ଲୋକେ ନିଜକୁ ଦୂରେଇ ଦେଇଥିଵା ଵେଳେ ମାସ୍କକୁ ସଂପୂର୍ଣ୍ଣ ଅଣଦେଖା କରୁଛନ୍ତି।ଏ଼ହାର ମୂଖ୍ୟ କାରଣ ହେଉଛି ପୂର୍ବରୁ ମାସ୍କକୁ ବାଧ୍ୟତାମୂଳକ କରାଯାଇ ଖିଲାପିକାରୀଙ୍କ ଠାରୁ ଜୋରିମାନା ଆଦାୟକୁ କଡାକଡି କରାଯିଵାକୁ ଏଵେ ସଂପୂର୍ଣ୍ଣ ଅଣଦେଖା କରାଯାଇଥିବାରୁ।ସହରରୁ ଗାଁ ସବୁଠିଁ ମାସ୍କ ଅଭୀଯାନ ଧିମେଇ ଯାଇଥିଵାରୁ ସମାନ ଅଵସ୍ଥା ସୃଷ୍ଟି ହୋଇଛି। ଏ଼ହି ଅବହେଳା ଆଗାମୀ ଦିନରେ ତୃତୀୟ ଲହରର ଜଟିଳ ସ୍ଥିତି ଆଣିଵା ସମ୍ଭାବନାକୁ ଏଡାଇ ଦେଇ ହେଵ ନାହିଁ ଵୋଲି ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.