ଭୁବନେଶ୍ୱର,୩୧/୦୮/୨୦୨୧(ଓଡ଼ିଶା ସମାଚାର/ସୂଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୬୩୮ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୬୭ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣ ସ୍ଥାନୀୟ ସଂକ୍ରମିତ। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୦ ଜଣ ଶିଶୁ ରହିଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୬ଜଣ, ବାଲେଶ୍ୱର ଜିଲ୍ଲାରୁ ୨୩ଜଣ, ବରଗଡ଼ ଜିଲ୍ଲାରୁ ୬ଜଣ, ଭଦ୍ରକ ଜିଲ୍ଲାରୁ ୧୨ଜଣ, ବୌଦ୍ଧ ଜିଲ୍ଲାରୁ ୧୨ଜଣ, କଟକ ଜିଲ୍ଲାରୁ ୫୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ୧୯ଜଣ, ଯାଜପୁର ଜିଲ୍ଲାରୁ ୩୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୧ଜଣ, କେନ୍ଦୁଝର ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୬୦ଜଣ, ମାଲକାନାଗିରି ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୦ଜଣ, ନୟାଗଡ଼ ଜିଲ୍ଲାରୁ ୭ଜଣ, ନୂଆପଡ଼ା ଜିଲ୍ଲାରୁ ୨ଜଣ, ପୁରୀ ଜିଲ୍ଲାରୁ ୨୧ଜଣ, ରାୟଗଡ଼ା ଜିଲ୍ଲାରୁ ୭ଜଣ, ସମ୍ବଲପୁର ଜିଲ୍ଲାରୁ ୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୯ଜଣ, ଷ୍ଟେଟ ପୁଲ୍ ରୁ ୫୭ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୭୭୫୦ କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ଜଣ କରୋନା ରେ ମ୍ୟତ୍ୟୁ ବରଣ କରିଥିବା ରେକର୍ଡ଼ କରାଯାଇଛି । ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୨୦ଜଣ, ଅନୁଗୁଳ ଏବଂ ଜଗତସିଂହପୁର ଜିଲ୍ଲାରୁ ୯ଜଣ ଲେଖାଏଁ , ଖୋର୍ଦ୍ଧା ଜିଲ୍ଲାରୁ ୬ଜଣ, ଯାଜପୁର ଜିଲ୍ଲାରୁ ୪ଜଣ ରହିଛନ୍ତି । କେନ୍ଦ୍ରାପଡ଼ା, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର, ବରଗଡ଼, ଢେଙ୍କାନାଳ, ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । କଳାହାଣ୍ଡି , ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯୬୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୭୭୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୯୨୪୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭୯୬୯ ଜଣ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ କରଣ କରିଛନ୍ତି । ଆଉ ୭୨୨୫ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଗତକାଲି ସୁଦ୍ଧା ରାଜ୍ୟରେ ୧୮୦୬୯୬୩୨ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର
Home / ତାଜା ଖବର / ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୬୩୮ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୧୧୦ ଜଣ ଶିଶୁ ସଂକ୍ରମିତ- ୬୮ଜଣଙ୍କ ମୃତ୍ୟୁ