Saturday , December 10 2022
Home / ବିଶେଷ / କେନ୍ଦ୍ରାପଡା ରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

କେନ୍ଦ୍ରାପଡା ରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

କେନ୍ଦ୍ରାପଡ଼ା, ୩୧/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ୧୫ଗ୍ରାମ ଓଜନର ବ୍ରାଉନସୁଗାର ସହ ଗୋଟିଏ ବାଇକ ଜବତ କରାଯାଇଥିବା ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏକ ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ସୁବନ ନାୟକଙ୍କ ନିର୍ଦେଶରେ କେନ୍ଦ୍ରାପଡା ଅବକାରୀ ଇନସପେକ୍ଟର କାଳନ୍ଦି ଚରଣ ବେହେରା ମଙ୍ଗଳବାର ପ୍ରାୟ ୧୨ଟା ୫୫ମିନିଟ ସମୟରେ କଟକ- ଚାନ୍ଦବାଲି ରାସ୍ତାର ଗରାପୁର ସୈାଭାଗ୍ୟ ମଣ୍ଡପ ନିକଟରେ ଏକ ବାଇକରେ ଯାଉଥିବା ଜନୈକ ଯୁବକଙ୍କୁ ଅଟକାଇ ତାଙ୍କ ପକେଟ ଚେକ କରିଥିଲେ । ସେହି ଯୁବକଙ୍କ ପ୍ୟାନ୍ଟ ପକେଟରୁ  ପ୍ରାୟ ଏକଲକ୍ଷ ୫୦ହଜାର ଟଙ୍କା ମୂଲ୍ୟର ଗୋଟିଏ ପୁଡିଆରେ ଥିବା ୧୫ଗ୍ରାମ ବ୍ରାଉନସୁଗାର ଅବକାରୀ ବିଭାଗ ଜବତ କରିଥିଲା । ଏଥିସହିତ ସଂପୃକ୍ତ ଯୁବକ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ଗ୍ରାମର ସ୍ୱର୍ଗତ ଯଦୁନାଥ ପତିଙ୍କ ପୁଅ ରାଜୀବ କୁମାର ପତିଙ୍କୁ ଗିରଫ କରିବା ସହ ସେ ଚଳାଉଥିବା ବାଇକ ନମ୍ବର ଓଡି-୨୯- ଏ – ୨୨୫୯କୁ ମଧ୍ୟ ଜବତ କରିଥିଲା । ଅଭିଯୁକ୍ତ ରାଜୀବଙ୍କୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏହି ଚଢାଉରେ ପଟ୍ଟାମୁଣ୍ଡାଇ ଅବକାରୀ ଇନସପେକ୍ଟର କମଳଲୋଚନ ପାଇକରାୟ, ଏ.ଏସ.ଆଇ. ଏସ.ଏନ.ରହିମ, ନିରୂପମା ସାହୁ, କନେଷ୍ଟବଳ ଜଗନ୍ନାଥ ବେସ୍ରା ଓ ସୁନିଲ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥରଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.