ପାରାଦୀପ ୩୧/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ସହର ର ପ୍ରତ୍ୟେକ ସ୍ଥାନ ରେ ଗଦା ଗଦା ଅଳିଆ । କଲୋନୀମାନଙ୍କ ରେ ଥିବା ଡଷ୍ଟବିନ୍ ଗୁଡିକ ରେ ଅଳିଆ ଭର୍ତି ହୋଇ ରହିଲାଣି । ଏହା କୁ ଉଠାଇବାକୁ ପାରାଦୀପ ପୌର ପାଳିକା ର ନିଘା ନାହିଁ । କେବଳ ଧର୍ମ କୁ ଆଖି ଠାର ଭଳି ସ୍ୱାୟତ ଶାସନ ଦିବସ ପାଳନ କରାଯାଉଛି । ପୌର ପାଳିକା ପକ୍ଷରୁ ତିଆରି ହୋଇଥିବା ଶୌଚାଳୟ ଗୁଡିକ ର କବାଟ ଭାଙ୍ଗି ଗଳି ପଡିଲାଣି । ଏହା କୁ ମରାମତି କରିବା ତ ଦୂର ର କଥା ଶୌଚାଳୟ ଗୁଡିକ ର ତଦାରଖ କରିବାକୁ କେହି ଅଧିକାରୀ ଆସୁନାହାନ୍ତି । ଏ ଭଳି ସ୍ଥିତି ରେ ପୌର ପାଳିକା ର ପାରାଦୀପ ବନ୍ଦର ଭଳି ଆର୍ନ୍ତଜାତୀୟ ଖ୍ୟାତି ସମ୍ମନ୍ନ ବନ୍ଦର କି ଭଳି ପରିବେଶ ପରିଷ୍କାର ରହିବ ସେ ଦିଗ ରେ କୌଣସି ଭୂମିକା ଥିବା ଜଣା ପଡୁ ନାହିଁ ।
ଶାସନ, ସେବା ଆଦି ଲୋକମାନଙ୍କ ଅତି ନିକଟ ରେ ପହଂଚାଇବା ପାଇଁ ସ୍ୱାୟତ ଶାସନ ବ୍ୟବସ୍ଥା ର ପ୍ରଣୟନ କରାଯାଇଥିଲା । ପାରାଦୀପ ସହର କଥା ଦେଖିଲେ ପାରାଦୀପ ପୌରପାଳିକା ରାଜ୍ୟ ର ଏକ ଧନାଢ୍ୟ ପୌରପାଳିକା ଅଟେ । ପୌରପାଳିକା ରେ ଅର୍ଥ ର ଅଭାବ ନାହିଁ । ତଥାପି ପୌରପାଳିକା ପକ୍ଷରୁ ବିଭିନ୍ନ ବସ୍ତି ତଥା କଲୋନୀ ଅଂଚଳ ରୁ ସଫେଇ ଦେୟ ଆଦାୟ କରୁଛନ୍ତି । କଲୋନୀ ମାନଙ୍କ ରେ ଥିବା ଡ୍ରେନ୍ ଗୁଡିକ ଦୀର୍ଘ ଦିନ ଧରି ସଫା ନ ହେବା କାରଣ ରୁ ଅସରାଏ ବର୍ଷା ହେଲେ ଡ୍ରେନ୍ ର ଉଦ୍ବୃତ ମଇଳା ପାଣି ଲୋକମାନଙ୍କ ଘରେ ପଶୁଛି । ରାସ୍ତା କଡ ରେ ଗଛ ଗୁଡିକ ମାଡି ଆସି ରାସ୍ତା ରୁ ଅଧା ଧରିଲାଣି ଏହା କୁ ସଫା କରିବାକୁ ପୌର ପାଳିକା କର୍ତୃପକ୍ଷ ଦିନେ ହେଲେ ବି ଦୃଷ୍ଟି ଦେଉନାହାନ୍ତି । କେବଳ ଉପର ଠାଉରିଆ ଭାବେ ଧର୍ମକୁ ଆଖି ଠାର ମାରି ଚାଲିଛି ପାରାଦୀପ ପୌରପାଳିକା । ତେବେ ସରକାର ଙ୍କ ସ୍ୱାୟତ ଶାସନ ବ୍ୟବସ୍ଥା କିପରି ଚାଲିଛି ତାହା ସହଜ ରେ ଅନୁମାନ କରି ହେବ । ପରିଷ୍କାର, ପରିଛନ୍ନତା ରେ ରାଜ୍ୟ ର ସବୁଠୁଁ ଖରାପ ସ୍ଥିତି ପାରାଦୀପ ସହର ରେ ଦେଖିବାକୁ ମିଳିବ । କଲୋନୀମାନଙ୍କ ରେ ଥିବା ଡଷ୍ଟବିନ୍ ଗୁଡିକ ସଫା ନହେବା କାରଣ ରୁ ସେଠାକାର ପରିବେଶ ପୂତି ଗନ୍ଧ ମୟ ହେଲାଣି । ସହର ର କଲୋନୀମାନଙ୍କ ରାସ୍ତା କଡ ରେ ଅଳିଆ ଗଦା ହୋଇରହୁଛି । ବର୍ଷା ହେଲେ ସେ ଗୁଡିକ ପଚି ଦୂର୍ଗନ୍ଧ ହେଉଛି । ସ୍ୱଛତା କ୍ଷେତ୍ର ରେ କେନ୍ଦ୍ର ସରକାର ଙ୍କ ଠାରୁ ପୁରସ୍କୃତ ହୋଇଥିବା ପାରାଦୀପ ପୌରପାଲିକା ତାର ଗୌରବ ଓ ଗାରିମା ହରେଇ ବସିଲାଣି । ନିର୍ବାଚିତ ପୌରପାଳିକା ଥିବା ସମୟ ରେ ତତକାଳୀନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି ପ୍ରତିଦିନ ସକାଳ ୫ଟାରୁ ପାରାଦୀପ ସହର ର ବିଭିନ୍ନ ସ୍ଥାନ ବୁଲି ସବୁ କାର୍ଯ୍ୟ ର ତଦାରଖ କରୁଥିଲେ । ସହର ରେ ଅଳିଆ ଦେଖିବାକୁ ମିଳୁ ନଥିଲା । ହେଲେ ନିର୍ବାଚିତ ପରିଷଦ ର କାର୍ଯ୍ୟକାଳ ସରିବା ଓ ନିର୍ବାହୀ ଅଧିକାରୀ ଙ୍କ ବଦଳି ପରେ ପାରାଦୀପ ପୌରପାଳିକା ରେ ଯୋଗ ଦେଇଥିବା ନିର୍ବାହୀ ଅଧିକାରୀ ଙ୍କ ର କୌଣସି ସ୍ଥାନ ରେ ଦେଖିବାକୁ ମିଳୁନି । ଡ୍ରେନ୍ ରେ ମଶା, ମାଛି ଭଣ ଭଣ । ମଶା ଧୂଆଁ ଗାଡି କୁଆଡେ ଯାଉଛି କୋଉଠି ମଶା ଧୂଆଁ ଛାଡୁଛି ତାହାର ବି ଦେଖା ଦର୍ଶନ ନାହିଁ । ଏସବୁ ଭିତରେ ପାରାଦୀପ ପୌରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳନ କାହା ସ୍ୱାର୍ଥ ବୋଲି ସାଧାରଣ ରେ ଆଲୋଚନା ହେଉଛି । ପୌର କର୍ତୃପକ୍ଷ ଏହା କୁ ଗୁରୁତ୍ୱ ଦେବା ସହ ପାରାଦୀପ ସହର କିପରି ସ୍ୱଛ ଓ ନିର୍ମଳ ରହିବ ସେ ଦିଗ ରେ କାମ କରିବାକୁ ଦାବି ହେଉଛି । ଓଡ଼ିଶା ସମାଚାର