Tuesday , December 7 2021
Home / ତାଜା ଖବର / ହୋଣ୍ଡା କାର ହିରୋ ମଟର ସାଇକେଲ ମୁହାଁ ମୁହିଁ ଧକ୍କା,ସ୍ୱ।ମୀ ସ୍ତ୍ରୀ ମୃତ

ହୋଣ୍ଡା କାର ହିରୋ ମଟର ସାଇକେଲ ମୁହାଁ ମୁହିଁ ଧକ୍କା,ସ୍ୱ।ମୀ ସ୍ତ୍ରୀ ମୃତ

କଟକ ସଦର, ୩୦/୦୮/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କନ୍ଦରପୁର ଥାନା ଅନ୍ତର୍ଗତ କଟକ- ନୂଆଗାଁ ୫୫ ନମ୍ଵର ଜାତୀୟ ରାଜପଥର ଫକିରପଡା ଛକ ଉପରେ ସୋମଵାର ଅପରାହ୍ନରେ କଟକ ପଟୁ ଆସୁଥିବା ଏକ ହୋଣ୍ଡା କାର( ଓଡି୨୧ଏଫ୯୨୯୧) ଵିପରିତ ଦିଗରୁ କଟକ ଅଭିମୁଖେ ଯାଉଥିବା ହିରୋ ମଟର ସାଇକେଲକୁ ମୁହାଁ ମୁହିଁ ଧକ୍କା ଦେଵା ଫଳରେ ମଟରସାଇକେଲ ଆରୋହୀ ସ୍ୱ।ମୀ ଘଟଣା ସ୍ଥଳରେ ମୃତ୍ୟୁ ଵରଣ କରିଥିବା ଵେଳେ ମୁମୁର୍ଷୁ ଅବସ୍ଥାରେ ସ୍ତ୍ରୀ ଙ୍କୁ କଟକ ଵଡ ଡାକ୍ତରଖାନା କୁ ପଠାଯାଇଥିବା ଜଣାଯାଇଛି। ପ୍ରକାଶ ଯେ ଜଇପୁର ଅଞ୍ଚଳର ସ୍ୱ।ମୀ ସ୍ତ୍ରୀ ଏକ ଭୋଜି କାର୍ୟ୍ୟକ୍ରମରେ ଯୋଗଦେଇ ମଟର ସାଇକେଲ ଯୋଗେ କଟକ ଫେରୁଥିବା ଵେଳେ ଵିପରିତ ଦିଗରୁ ଦୃତ ଗତିରେ ଆସୁଥିବା କାରଟି ଭାରସାମ୍ୟ ହରାଇ ଡାହାଣପଟକୁ ଯାଇ ମଟରସାଇକେଲ ଆରୋହିଙ୍କ ଉପରେ ମାଡି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୂର୍ଘଟଣା ଏପରି ଭୟଙ୍କର ଥିଲା ଯେ କାରର ଛାତ ଉପରଦେଇ ମଟରସାଇକେଲ ଆରୋହୀ ରାସ୍ତା ଉପରେ ଛିଟିକି ପଡିଥିଲେ। ଏବଂ କାରଟି ଡାହାଣ ପଟର କିଛି ଦୂରକୁ ଯାଇ ଏକ ପଥର ଦେହରେ ଧକ୍କା ଦେଇ ରହିଯାଇଥିଲା। ଅନ୍ୟ ପକ୍ଷରେ କାର ଭିତରେ ମଦ ଵୋତଲ ସହ ଚାଖଣା ପଡିଥିଵାର ଦେଖା ଯାଇଛି।

ତାଜା ସୁଜନା ଅନୁସାରେ ମୁମୁର୍ଷୁ ଅବସ୍ଥାରେ କଟକ ଵଡ ଡାକ୍ତରଖାନା କୁ ପଠାଯାଇଥିବା ସ୍ତ୍ରୀ ଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଖବର ମିଳିଛି । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *