Monday , September 25 2023
Breaking News
Home / ବିଶେଷ / ଭାଇଙ୍କ ଶୁଭମନାସୀ ଆରମ୍ଭ ହେଲା କୁମାରୀ ଭଉଣୀ ମାନଙ୍କ ଖୁଦୁରୁକୁଣୀ ଓଷା

ଭାଇଙ୍କ ଶୁଭମନାସୀ ଆରମ୍ଭ ହେଲା କୁମାରୀ ଭଉଣୀ ମାନଙ୍କ ଖୁଦୁରୁକୁଣୀ ଓଷା

କଟକ ସଦର, ୩୦/୦୮/୨୧(ଓଡିଶା ସମାଚାର/ ବିଷ୍ଣୁ ବେହେରା): ପରମ୍ପରା ଅନୁଯାୟୀ ଭାଇମାନଙ୍କ ଶୁଭମନାସୀ କୁମାରୀ ଭାଉଣୀମାନଙ୍କ ପୁରପଲ୍ଲୀରେ ରବିବାର ଠାରୁ ଆରମ୍ଭ ହେଲା ୫ ପାଳି ଖୁଦୁରୁକୁଣୀ ଵା ଭାଲୁକୁଣୀର ପ୍ରଥମ ପାଳି ଓଷା। କିମ୍ବଦନ୍ତୀ ଅନୁଯାୟୀ ସାତ ଭାଇରେ ତଅପୋଇ ନାମ୍ନୀ ଭଉଣୀ କୁ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ ଭଉଜମାନେ । ତଥାପି ଭାଇମାନଙ୍କ ଶୁଭମନାସୀ ଭଲରେ ଭଲରେ ଵଣିଜ ପାଇଁ ଯାଇଥିବା ଭାଇଙ୍କୁ ଵିଦେଶରୁ ଫେରାଇ ଆଣିବାକୁ ତଅପୋଇ ଖୁଦୁରୁକୁଣୀ ଓଷା କରିଥିଲେ। ତଅପୋଇ ର ଆକୁଳ ନିବେଦନ ରେ ଖୁଦୁରୁକୁଣୀ ସୁଦୟା ହୋଇ ଭାଇମାନଙ୍କୁ ସଅଳ ଫେରାଇ ଆଣିଥିଲେ। ଏବଂ ଭାଇମାନେ ଭାଉଜ ମାନଙ୍କୁ ଦଣ୍ଡ ଦେଵା ସ଼ହିତ ତଅପୋଇର ଵିଭାଘର କରାନ୍ତେ ଦେବତାଗଣ ତଅପୋଇକୁ ଖୁଦୁରୁକୁଣୀ ( ମଙ୍ଗଳା) କରି ସ୍ୱର୍ଗକୁ ନେଇଯାଇଥିଲେ। ସେହିଦିନ ଠାରୁ ଏହି ଓଷା ପ୍ରଚଳିତ ହୋଇଆସୁଛି।ଓଷାଦିନ ସକାଳେ ଗାଧୁଆ ତୁଠରେ ଓଷାଵ୍ରତୀ କୁମାରୀମାନେ ମଙ୍ଗଳାଙ୍କୁ ସୁମରଣା କରି ଵାଲୁଙ୍ଗା ପୂଜା କରିଥିଵା ଵେଳେ ସନ୍ଧ୍ୟାରେ ଖୁଦୁରୁକୁଣୀ ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରିଥାନ୍ତି। ବିବାହିତା ଝିଅମାନେ ପ୍ରଥମ ବର୍ଷ ଵାପ ଘରକୁ ଆସି ପୂଜା ଉଜେଇଁଵା ଵିଧି ଵି ରହିଆସିଛି।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *