Tuesday , October 3 2023
Breaking News
Home / ବିଶେଷ / ପୂର୍ବତନ ଅଧ୍ୟକ୍ଷଙ୍କ ହତ୍ୟାକାରୀକୁ ୩୦୨ ହତ୍ୟା ଦଫାରେ କୋର୍ଟ ଚାଲାଣ, ଅତିରିକ୍ତ ଡିସିପିଙ୍କ ପ୍ରେସ୍ ମିଟ୍

ପୂର୍ବତନ ଅଧ୍ୟକ୍ଷଙ୍କ ହତ୍ୟାକାରୀକୁ ୩୦୨ ହତ୍ୟା ଦଫାରେ କୋର୍ଟ ଚାଲାଣ, ଅତିରିକ୍ତ ଡିସିପିଙ୍କ ପ୍ରେସ୍ ମିଟ୍

କଟକ ସଦର, ୩୦/୦୮/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକାଲି ରବିବାର ଅପରାହ୍ନରେ କନ୍ଦରପୁର,ଅଳକା ଓ ବାଲିକୁଦା କଲେଜର ପୂର୍ବତନ ଅଧ୍ୟକ୍ଷ ସୂଦର୍ଶନ ସତପଥି ଙ୍କୁ ନିର୍ମମଭାଵେ ହତ୍ୟା କରିଥିବା ସିଦ୍ଧେଶ୍ୱରପୁର ଗ୍ରାମର ଅର୍ଜୁନ ଯେନା( ୩୮)କୁ ମାମଲା ନଂ୨୦୯/୨୦୨୧ ହତ୍ୟା ଦଫା ୩୦୨ ରେ ଗିରଫ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଥିବା କମିଶନରେଟ କଟକ ଅତିରିକ୍ତ ଡିସିପି କେଦାର ନାଥ ସାହୁ କନ୍ଦରପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ହତ୍ୟାକରି ସାରିବା ପରେ  ହତ୍ୟାକାରୀ ଘଟଣା ସ୍ଥଳରୁ ଖସି ପଳାଇ ଏକ ଗଛ ଉପରେ ଲୁଚିଥିବା ଖଵର ପାଇ ପୋଲିସ ସତର୍କତାର ସହିତ ଅଭିଯୁକ୍ତକୁ କାଵୁ କରି ଥାନା ହାଜତରେ ରଖିଥିଲେ। ସାମ୍ବାଦିକ ସମ୍ମିଳନୀରେ ତଦନ୍ତକାରୀ ଅଧିକାରୀ ତଥା ହତ୍ୟା ଘଟଣା ଘଟିଵା ଦିନ ନୂତନ ଭାବେ ଯୋଗଦେଇଥିଵା ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷକ ବିପିନ ବିହାରୀ ହୋତା ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *