Tuesday , March 28 2023
Home / କ୍ରୀଡ଼ା / ଗୋପବନ୍ଧୁ କ୍ରିଡା ସଂସଦ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ

ଗୋପବନ୍ଧୁ କ୍ରିଡା ସଂସଦ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ

ଜନ୍ମ ଦିନ ରେ ଧ୍ୟାନଚାନ୍ଦ ଙ୍କୁ ମନେ ପକାଇଲେ କ୍ରୀଡାବିତ୍
ପାରାଦୀପ ୩୦/୦୮/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ର ଗୋପବନ୍ଧୁ ୍ର କ୍ରୀଡା ସଂସଦ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ରବିବାର ଦିନ ଗୋପବନ୍ଧୁ ଷ୍ଟାଡିୟମ ପରିସର ରେ ଏକ ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ କ୍ରୀଡା ସଂସଦ ର କାର୍ଯ୍ୟକାରୀ ସଭାପତି ଡା. ଦୂର୍ଗା ପ୍ରସାଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମାରୋହ ରେ ଅନ୍ୟ ଅତିଥି ଭାବେ କ୍ରୀଡା ଉପଦେଷ୍ଟା ରବିନ୍ଦ୍ର କୁମାର ଦାସ, ଜାତୀୟ ଭଲିବଲ କୋଚ୍ ସଂଜୟ କୁମାର ଦାସ, ସଂସଦ ର ସଂପାଦକ ରଂଜନ ରଶ୍ମୀ ବେଉରା, କ୍ରିକେଟ୍ ପ୍ରଶିକ୍ଷକ ଜର୍ଜ ପଲ୍ ରବିନସନ୍ ପ୍ରମୁଖ ଯୋଗ ଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ମେଜର ଧ୍ୟାନଚାନ୍ଦ ଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ମେଜର ଧ୍ୟାନଚାନ୍ଦ ଙ୍କ କ୍ରୀଡା ପ୍ରତି ଥିବା ଅବଦାନ ସଂପର୍କ ରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସର ରେ ପାରାଦୀପ ର ହକି, ଫୁଟବଲ୍, କ୍ରିକେଟ୍ ଖେଳାଳିମାନଙ୍କ ମଧ୍ୟ ରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରି ଏହି ସମାରୋହ ଆୟୋଜିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.