Wednesday , May 31 2023
Home / ବିଶେଷ / ଗରଦପୁର ଡ଼୍ରାଇଭର ମହାସଂଘ ବୈଠକ

ଗରଦପୁର ଡ଼୍ରାଇଭର ମହାସଂଘ ବୈଠକ

ଗରଦପୁର, ୩୦/୦୮/୨୦୨୧(ଓଡ଼ିଶା ସମାଚାର)-ଓଡ଼ିଶା ଡ଼୍ରାଇଭର ମହାସଂଘ ଗରଦପୁର ଶାଖାର ଏକ ବୈଠକ ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦାସ୍ଥିତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ବୈଠକରେ ସଭାପତି ଶ୍ରୀ ଦେବାଶିଷ ପରିଡ଼ା ସଭାପତିତ୍ୱ କରିଥିବାବେଳେ ଏଥିରେ ଜିଲା ସମ୍ପାଦକ ପ୍ରଭାତ ଖଟୁଆ,କୋଷାଧ୍ୟକ୍ଷ ଦିଲିପ ପରିଡ଼ା ଓ ଜିଲା ଆଡ଼ମିନ ରଂଜନ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଡ଼୍ରାଇଭର ମାନଙ୍କର ସାମୂହିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଗରଦପୁର ବ୍ଲକ୍ ଅଂଚଳର ଶତାଧିକ ଡ଼୍ରାଇଭର ଭାଇମାନେ ପଦ୍ମପୁର ପଂଚାୟତ ଠାରୁ ଏକ ଶୋଭାଯାତ୍ରାରେ ୧୫ କିମି ଅତିକ୍ରମ କରି କଳାବୁଦା କଲ୍ୟାଣ ମଣ୍ଡପ ଠାରେ ଏକାଠି ହୋଇଥିଲେ । ଆୟୋଜିତ ବୈଠକରେ ଡ଼୍ରାଇଭରମାନେ ଦିନ ରାତି ଏକ କରି କରୋନା ସମୟରେ ବିଭିନ୍ନ କାର୍ୟ୍ୟରେ ନିୟୋଜିତ ହେଉଥିବାବେଳେ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମିଳିନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଏପରିକି ଲାଇନ୍ ରେ ଧାଡ଼ି ବାନ୍ଧି ରହି କିମ୍ବା ଅନଳାଇନ ରେ ପଂଜି କରଣ କରି କରୋନା ଟୀକା ନେବା ଡ଼୍ରାଇଭର ମାନଙ୍କ ପକ୍ଷେ ଖୁବ ଅସୁବିଧା ଜନକ । ତେଣୁ ଡ଼୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମିଳିବା , ଡ଼୍ରାଇଭିଙ୍ଗ ଲାଇସେନ୍ସ ଦେଖାଇଲେ କରୋନା ଟୀକା ପ୍ରଦାନ କରାଯିବା, ୬୦ ବର୍ଷ ପରେ ସବୁ ବର୍ଗର ଡ଼୍ରାଇଭରଙ୍କୁ ସରକାରୀ ପେନସନ୍ ସୁବିଧା କରାଯିବା ଆଦି ଦାବି ଗୁଡ଼ିକ ସରକାର ତୁରନ୍ତ ଗ୍ରହଣ କରିବା ପାଇଁ ବୈଠକରେ ଦାବି କରାଯାଇଥିଲା । ସେହିପରି ଓଡ଼ିଶା ଡ଼୍ରାଇଭର ମହାସଂଘ ତରଫରୁ ଗରଦପୁର ଶାଖା ସଂଘର କର୍ମକର୍ତା ଚୟନ କରାଯାଇଥିଲା । ଗରଦପୁର ବ୍ଲକ୍ ସଂଘ ପାଇଁ ସଭାପତି ଭାବେ ରଂଜନ କୁମାର ଦାଶ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସଂଘ ତରଫରୁ ପଦ୍ମପୁର ପଂଚାୟତ ଭାତପଡ଼ା ଗ୍ରାମର ନରେଶ ଚନ୍ଦ୍ର ମହାରାଜ ଙ୍କୁ ତାଙ୍କ ଚିକିତ୍ସା ପାଇଁ ଅର୍ଥ ଓ ରାସନ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.