Monday , October 2 2023
Breaking News
Home / କୃଷି / କୃଷକଙ୍କ ଉପରେ ଦମନଲୀଳା ଓ ହତ୍ୟା ବିରୋଧରେ ଗଣ ପ୍ରତିବାଦ

କୃଷକଙ୍କ ଉପରେ ଦମନଲୀଳା ଓ ହତ୍ୟା ବିରୋଧରେ ଗଣ ପ୍ରତିବାଦ

କେନ୍ଦ୍ରାପଡ଼ା, ୩୦/୦୮/୨୦୨୧(ଓଡ଼ିଶା ସମାଚାର)-ହରିଆନା ରାଜ୍ୟର କର୍ଣ୍ଣଲ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ରାଜ୍ୟ ବିଜେପି ସରକାରଙ୍କ ନିର୍ଦେଶରେ ପୋଲିସର ଅମାନୁସିକ ଆକ୍ରମଣରେ କୃଷକ ନେତା ସୁଶିଲ କାଜଲଙ୍କର ଘଟଣାସ୍ଥଳରେ ମୃତୁ୍ୟ ଓ ଶତାଧିକ ଆନ୍ଦୋଳନରତ କୃଷକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭିର୍ତି ହୋଇଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରର ୩ଟି କଳା କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଦୀର୍ଘ ୯ମାସ ହେଲା ଚାଲିଥିବା ଲଗାତର ଆନ୍ଦୋଳନ ସତ୍ୱେ ଆଇନର ପ୍ରତ୍ୟାହାର କରାନଯିବା ଓ ବିଜେପି ଶାସିତ ରାଜ୍ୟ ହରିଆନାରେ କୃଷକ ଆନ୍ଦୋଳନକୁ ଦମନ କରିବା ପାଇଁ ଖଟର ସରକାର ଯେଉଁ ହୀନ ପ୍ରୟାସ କଲେ ତାହାକୁ ସାରା ଦେଶରେ ବିଭିନ୍ନ ବର୍ଗର ଲୋକ ଓ କୃଷକ ସଂଗଠନ ଗୁଡିକ ତୀବ୍ର ସମାଲୋଚନା କରିଛନ୍ତି । ଏହି ଘଟଣା ପ୍ରରିପ୍ରେକ୍ଷୀରେ କେନ୍ଦ୍ରାପଡା ସହରସ୍ଥିତ ପୁରୁଣା ବସଷ୍ଟାଣ୍ଡର ଗାନ୍ଧୀ ମୂର୍ତି ନିକଟରେ ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତି(ଏ.ଆଇ.କେ.ଏସ.ସି.ସି.), କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ସୋମବାର ଗଣ ପ୍ରତିବାଦ କରାଯିବା ସହିତ କୃଷକ ହତ୍ୟାକାରୀ ଖଟର ସରକାରର ବହିଷ୍କାର ଦାବି କରାଯାଇଛି । ଏହି ଗଣ ପ୍ରତିବାଦରେ ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତର ଜିଲ୍ଲା ଆବାହକ ଗୟାଧର ଧଳ, ଅଖିଳ ଭାରତ କୃଷକ ସଭାର ଜିଲ୍ଲା ନେତା ରମଣୀରଞ୍ଜନ ରାଉତରାୟ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଏ.ଆଇ.ଟି.ୟୁ.ସି. ଜିଲ୍ଲା ସଭାପତି ବାବାଜୀ ଧଳ, ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ଆବାହକ ଅକ୍ରୁର ପଲାଇ, କିଷାନ କଂଗ୍ରେସର ଜିଲ୍ଲା ସଭାପତି ନାରାୟଣ ପରିଡା, ଓଡିଶା କୃଷକ ସଭାର ଜିଲ୍ଲା ନେତା ବିଜୟ ଦାସ,ଏ.ଆଇ. କେ.କେ.ଏମ.ଏସ.ର ଜିଲ୍ଲା ନେତ୍ରୀ ଏଲିନା ସାମନ୍ତରାୟ, ଆଦିକନ୍ଦ ରାଉଳ, ନରୋତମ ପାର୍ଥସାରଥୀ, ମାଧବ ଦାସ, ଦାଶରଥି ସାହୁ, ଦୋଳଗୋବିନ୍ଦ ସାହୁ , ଯୁବନେତା ସଞ୍ଜୟ ରାଉତ, ସମ୍ବିତ ଶ୍ରୀଚନ୍ଦନ, ବରିଷ୍ଠ କଂଗ୍ରେସ କୃଷକ ନେତା ପ୍ରଫୁଲ୍ଲ ଦାସ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *