Saturday , April 1 2023
Breaking News
Home / ବିଶେଷ / ଆନ୍ତର୍ଜାତିକ ମାନବାଧିକାର ପରିଷଦ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ 

ଆନ୍ତର୍ଜାତିକ ମାନବାଧିକାର ପରିଷଦ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ 

ବାଲିଗୁଡା,୩୦/୦୮/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଅନ୍ତର୍ଜାତୀୟ ମାନବଧିକାର ପରିଷଦର ଜିଲ୍ଲା ବୋର୍ଡ଼ର ସାଧାରଣ  ବୈଠକ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇ ଥିଲା I ଏହି ବୈଠକରେ ଜିଲ୍ଲା ବୋର୍ଡ଼ର ସଭାପତି ଜାକିରଉଲ୍ଲା ଖାନ ଜିଲ୍ଲାର ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଯଥା କାର୍ଯ୍ୟକାରୀ ସଭାପତି ବାବାମଣି ସାହୁ,ସାଧାରଣ ସମ୍ପାଦକ ସୋମନାଥ ବାଘ, ସିଟି ବୋର୍ଡ଼ର କର୍ମକର୍ତ୍ତା ଧନୁର୍ଦ୍ଧର କହଁର, କୁବେର କହଁର, ସେକ ରିହାଜ଼ୟୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲାରେ ହେଉଥିବା ମାନବଧିକାର ଉଲଂଘନ କାର୍ଯ୍ୟଗୁଡିକ ଉପରେ ନଜର ରଖିବା ସହ ଲୋକଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଗୁଡିକ କିଭଳି ଭାବରେ ସମାଧାନ କରାଯିବ ଗଭୀର ଭାବରେ ଆଲୋଚନା କରିଥିଲେ I ପୁନର୍ବାର ସଭାପତି ମାନବଧିକାର ପରିଷଦର ଲକ୍ଷ ଓ ଆଭିମୁଖ୍ୟ ଏବଂ ଭାବିଷ୍ୟତର ସଚେତନତା କାର୍ଯ୍ୟକ୍ରମ ଗୁଡିକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି I ପ୍ରତ୍ୟେକ ମାସରେ ଦୁଇଟି ସଚେତନ କାର୍ଯ୍ୟକ୍ରମ ବିଭିନ୍ନ ବିଷୟକୁ ନେଇ ଓ଼ଲ୍ଡଏଜ ହୋମ ପାଇଁ ଜାଗା, ଶିଶୁ ଶ୍ରମିକ  ଓ ବାଲ୍ୟ ବିବାହ ରୋକିବା , ଘରେଇ ହିଂସା ସମାଧାନ, ସ୍ୱାସ୍ଥ୍ୟ ସଚେତନତା, ବ୍ଲଡ଼ ଡୋନେସନ କ୍ୟାମ୍ପ ଓ କୋଭିଡ-୧୯ର ସଚେତନ, ନିଶା ନିବାରଣ ଓ ଏହାର ଆବଶ୍ୟକତା, ବୃକ୍ଷ ରୋପଣ ଓ ଆବଶ୍ୟକତା, ଶ୍ରମିକ ଓ କର୍ମଚାରୀମାନଙ୍କ ସାମାଜିକ ସୁରକ୍ଷାର ଆଇନ ଉଲଂଘନ ଇତ୍ୟାଦି କାର୍ଯ୍ୟକ୍ରମର ଗୁରୁତ୍ୱକୁ ବୁଝାଇ ଜିଲ୍ଲାରେ ଶୃଙ୍ଖଳା ଭିତିକ ନ୍ୟାୟ ସମ୍ପର୍ଣ୍ଣ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ଏଥିରେ ସମସ୍ତେ ହାତ ମିଳାଇ ଏକଜୁଟ ହୋଇ ଜିଲ୍ଲାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଯିବେ ବୋଲି ପ୍ରତିଶୃତି ଦେଇଥିଲେ I ଓଡିଶା ସମାଚାର

Leave a Reply

Your email address will not be published.