Saturday , March 25 2023
Breaking News
Home / ବିଶେଷ / ସାଲେପୁର ବସଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନ ପରିଦର୍ଶନ

ସାଲେପୁର ବସଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନ ପରିଦର୍ଶନ

ସାଲେପୁର, ୨୯/୦୮/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ  ଶନିବାର ଦିନ ରାଜସ୍ବ କମିଶନର ଅନିଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ବିଧାୟକ ପ୍ରଶାନ୍ତ ବେହେରା ପ୍ରମୁଖ ଦୁଇଟି ସ୍ଥାନ ପରିଦର୍ଶନ କରିଛନ୍ତି । ବସ ଷ୍ଟାଣ୍ଡ କାର୍ୟ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।  ପରିଦର୍ଶନ ସମୟରେ ଆତ୍ମା ସଭାପତି ଦିଲ୍ଲୀପ ଦାଶ, ବି ଡି ଓ ରାଜୀବ ଦାସ, ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ସହରାଞ୍ଚଳ ବିକାଶ ପରିଷଦ ସଭାପତି ନନ୍ଦକିଶୋର ଭୂୟାଁ, ଶିକ୍ଷାବିତ ରଜନୀକାନ୍ତ ଦାଶ ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଏଥି ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି  । ଓଡ଼ିଣର ସମାଚାର

Leave a Reply

Your email address will not be published.