କଟକ ସଦର ୨୯/୦୮/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ଉପକଣ୍ଠ କନ୍ଦରପୁର ପଂଚାୟତ ବମ୍ବୁରି ଗ୍ରାମର କାରୋନା ଯୋଦ୍ଧା ଅଭିରାମ ସାହୁ ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ବିଶ୍ଵସ୍ଵାସ୍ଥ୍ୟ ସଂଗଠନ(ହୋ) ଦ୍ୱାରା ସମ୍ମାନୀତ ହୋଇ ସମଗ୍ର ଅଞ୍ଚଳ ପାଇଁ ଗର୍ଵ ଓ ଗୌରବ ଆଣି ପାରିଛନ୍ତି । ସୂଚନାଯୋଗ୍ୟ କରୋନା ମହାମାରୀ ସମୟରେ କୋଭିଡ଼ -୧୯ର ସମସ୍ତ କାର୍ଯ୍ୟକାରୀ ଯୋଜନା,ପ୍ରସ୍ତୁତି ପ୍ରଣାଳୀ ଏବଂ ଦେଶ ଭିତ୍ତିଭୂମି ଗଠନରେ ଅକୁଣ୍ଠ ସହଯୋଗ,କରୋନା ସଚେତନତା ଆଦି ନିୟମ ଧାରାକୁ ସୂଚାରୁରୂପେ ସମ୍ପାଦନ କରି ମହାମାରୀର ଦୃଢ ମୁକାବିଲାରେ ସହାୟ ହୋଇପାରିଛନ୍ତି । ଶ୍ରୀଯୁକ୍ତ ସାହୁ ଅଧୁନା କଟକ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସରସ୍ୱତୀ କଳା ପରିଷଦ”ର ଉପଦେଷ୍ଟା ମଣ୍ଡଳୀର ସଦସ୍ୟ,କନ୍ଦରପୁର ବଜାରରେ ଅବସ୍ଥାପିତ ମହାବୀର ଔଷଧାଳୟର ନିର୍ଦେଶକ ଭାବେ କାର୍ଯ୍ୟରତ ।ଏଥିସହ ଜଣେ ସ୍ୱାସ୍ଥ୍ୟକର୍ମୀ,କଳାପ୍ରେମୀ,ସମାଜ ସଂସ୍କାରକ,ପରୋପକାରୀ ଦରଦୀ ମଣିଷଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି । ତାଙ୍କ ସାଧନାର ସିକୃତି ସ୍ୱରୂପ ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ-ବୟାଳିଶମୌଜା,ସ୍ଵର୍ଗତ ବସନ୍ତ ଜେନା ସ୍ମୃତି ସଂସଦ-ଦାମୋଦରପୁର,ଉତ୍କଳ ବିକାଶ ପରିଷଦ-କଟକ ସଦର ଆଦି ବିଭିନ୍ନ ସଙ୍ଗଠନ ଦ୍ଵାରା ସମ୍ବର୍ଦ୍ଧିତ । ଓଡ଼ିଶା ସମାଚାର