କଟକ ସଦର ୨୯/୦୮/୨୦୨୧(ଓଡ଼ିଶା ସମାଚାର)- କଟକ – ସଦର ଉପକଣ୍ଠ ବାରଦା ପଞ୍ଚାୟତର ବାରଦା ଗ୍ରାମ କବେଇ ସାହିରୁ ପରିଡା ସାହି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୂର୍ଗମ ଓ ବିପଦଜନକ ହୋଇ ପଡ଼ିଛି ଜନସାଧାରଣ ବାରମ୍ବାର କହି ଆସୁଥିଲେ ମଧ୍ୟ ଏଯାବତ କିଛି ଫଳ ମିଳିପାରିନାହିଁ । ସୂଚନାଯୋଗ୍ୟ ଏହି ରାସ୍ତା କିଶୋରନଗର ମହାନଦୀ ବନ୍ଧ ବାରଦା ଚାଞ୍ଚପଡା ଭାୟା କନ୍ଦରପୁରକୁ ଯୋଡୁଛି । ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉଵିପ) ପକ୍ଷରୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଏନେଇ ବିଡ଼ିଓଙ୍କୁ ପତ୍ର ଲେଖି ଅବଗତ କରାଇବା ସହ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ନହେଲେ ପରିଷଦ କାର୍ଯ୍ୟକର୍ତ୍ତା ବ୍ଲକ୍ ସମ୍ମୁଖରେ ଗଣ ଧାରଣାରେ ବସିବେ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଓଡ଼ିଶା ସମାଚାର
Check Also
ହୀରାକୁଦ ଡ଼୍ୟାମର ୧୦ ଟି ଗେଟ ଖୋଲିଲା
ହୀରାକୁଦ/ସମ୍ବଲପୁର ୧୧/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଗୁରୁବାର ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଆଜି ପ୍ରଥମେ ୨ ଟି …