କଟକ ସଦର, ୨୯/୦୮/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲ ତଥା ସାଲେପୁର ବ୍ଲକ୍ ଅନ୍ତର୍ଗତ ରଟିଲୋ ମୈ।ଜା ମହାନଦୀ ପଠା ଜବରଦଖଲ ଏନ୍ ଜି ଟିଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ପ୍ରଶାସନ ଗତ ୨୭ ରେ ଉଛେଦ ପାଇଁ ସମସ୍ତ ପ୍ରସ୍ତୁତି ସାରିଥିଵା ଵେଳେ ଏହାକୁ ବିରୋଧ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଆବେଦନକୁ ଗ୍ରହଣ କରି ଉଛେଦ ଦିନ ଅର୍ଥାତ୍ ୨୭ ତାରିଖ ପର୍ୟ୍ୟନ୍ତ ଉଛେଦ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।୨୭ ରେ ଶୁଣାଣି କରି ହାଇକୋର୍ଟ ସ୍ଥଗିତାଦେଶକୁ ଉଠାଇ ଦେଇ ଥିଵା ବେଳେ ଜିଲ୍ଲା ପ୍ରଶାସନ ନିକଟରେ ରାୟର ନକଲ ପହଞ୍ଚି ନଥିଵା ଏବଂ ଲଗାତର ସରକାରୀ ଛୁଟି ପାଇଁ ଉଛେଦ ପ୍ରକ୍ରିୟା ବିଳମ୍ବିତ ହୋଇଛି। ତେଵେ ଏନ୍ ଜି ଟିଙ୍କ ନିକଟରେ ସତ୍ୟପାଠ ଦାଖଲ ତାରିଖ ସେପ୍ଟେମ୍ବର ୩ ତାରିଖ ପରେ ଯେ କୌଣସି ଦିନ ଜବରଦଖଲ ଉଚ୍ଛେଦ କରାଯିଵ ଵୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡିଛି। ସୂଚନାଯୋଗ୍ୟ ଯେ ଅଗଷ୍ଟ ୬ ରେ ଉଛେଦ ପ୍ରକ୍ରିୟାରୁ ପ୍ରଶାସନ ହଟିଥିଵାକୁ ନେଇ ଏନ୍ ଜି ଟି ଅସନ୍ତୋଷ ପ୍ରକାଶ କରିଵା ସହିତ ଆଇନ ଶୃଙ୍ଖଳା ସରକାରଙ୍କ ସଂପୂର୍ଣ ନିୟନ୍ତ୍ରଣ ରେ ଥିଵାରୁ ଉଛେଦ କାର୍ୟ୍ୟ କଷ୍ଟକର ନୁହେଁ ଵୋଲି କହିଛନ୍ତି।ସେଥିରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ସେପ୍ଟେମ୍ବର ୩ ରେ ସତ୍ୟପାଠ ଜରିଆରେ ଦାଖଲ କରିଵାକୁ ଜିଲ୍ଲା ପ୍ରଶାସନକୁ ଏନ୍ ଜି ଟି ପକ୍ଷରୁ ନୋଟିସ ଜାରି ହୋଇଥିବା ଜଣାପଡିଛି। ଉଛେଦ ବିରୁଦ୍ଧରେ ହୋଇଥିବା ମାମଲା ସୁପ୍ରିମ କୋର୍ଟରେ ଖାରଜ ହୋଇଯାଇଥିଵା ସମ୍ପର୍କରେ ହାଇକୋର୍ଟଙ୍କ ନିକଟରେ ଜିଲ୍ଲା ପ୍ରଶାସନ ଜଣାଇବାର ଆବଶ୍ୟକତା ଥିଲା ବୋଲି ଏନ୍ ଜି ଟି କହିଛନ୍ତି। ବେଆଇନ ଜବରଦଖଲକାରୀଙ୍କ ପାଇଁ ଆଇନର ପ୍ରାୟ ସବୁ ରାସ୍ତା ଵନ୍ଦ ହୋଇଯାଇଥିଵାରୁ ଏଥର ବହୁଚର୍ଚ୍ଚିତ ଉଛେଦ ପ୍ରକ୍ରିୟା ନିଶ୍ଚିତ ହୋଇଯାଇଛି। ଓଡିଶା ସମାଚାର