Sunday , June 26 2022
Breaking News
Home / ବିଶେଷ / ପ୍ରାଚୀନ ଶୈବପୀଠ ପରମହଂସନାଥ ମନ୍ଦିର  ଅବହେଳିତ – ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ 

ପ୍ରାଚୀନ ଶୈବପୀଠ ପରମହଂସନାଥ ମନ୍ଦିର  ଅବହେଳିତ – ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ 

କଟକ ସଦର, ୨୯/୦୮/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ପୂର୍ଵାଞ୍ଚଳର ପ୍ରସିଦ୍ଧ ତଥା ସର୍ଵ ପ୍ରାଚୀନ ଶୈଵ କ୍ଷେତ୍ର ପରମହଂସନାଥ ମନ୍ଦିର ଅବହେଳିତ ଅବସ୍ଥାରେ ରହି ତାର ପୂର୍ବ ଐତିହ୍ୟ ହରାଉଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଦିନକୁଦିନ ଅସନ୍ତୋଷ ବଢୁଛି। ଦେବୋତ୍ତର ବିଭାଗ ଅଧୀନରେ ଥିଵା ଏହି ମନ୍ଦିର ପରିଚାଳନା ପାଇଁ ଆଜକୁ ୫ ବର୍ଷ ହେଵ ସ୍ଥାଇ ପରିଚାଳନା କମିଟି ଗଠନ କରାଯାଇନଥିଵାରୁ ପରିଚାଳନାରେ ନାନାଦି ବିଭ୍ରାଟ ହେଉଥିବା ଅଭିଯୋଗ ହୋଇଆସୁଛି। ସେଥିରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଉକ୍ତ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିଥିଵା ସାଇନ୍ ବୋର୍ଡ ମାରିଥିବା ବେଳେ ପ୍ରକୃତପକ୍ଷେ ଏହାର କାର୍ଯ୍ୟକାରିତା ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠାକୁରଙ୍କ ନିତିକାନ୍ତି ପାଇଁ ଶହ ଶହ ଏକର ଜମି ଥିଲେ ଵି ମାର୍ଫତଦାରଙ୍କ ହାତଟେକାରେ ନିତିକାନ୍ତି ଦୟନୀୟ ଅବସ୍ଥାରେ ଚାଲିଛି।ଠାକୁରଙ୍କ ସ୍ନାନ ପାଇଁ ମନ୍ଦିର ବେଢ଼ାରେ ଥିଵା ଵାମ୍ପିର ପାଣି ଦୁଷିତ ହୋଇ ବ୍ୟବହାର ଅନୁପଯୋଗୀ ହୋଇଛି। ପ୍ରତ୍ନତତ୍ତ୍ଵ ଵିଭାଗର ଦୃଷ୍ଟି ନପଡିଵା ଯୋଗୁଁ ମନ୍ଦିର ଉପରେ ଅନାଵନା ଗଛସଵୁ ଉଠି ବିପଦପୂର୍ଣ୍ଣ ହୋଇଛି। ମନ୍ଦିର ର ସୁରକ୍ଷା ପାଇଁ ପାଚେରୀ ନଥିବାରୁ ଗାଈଗୋରୁ ଛେଳି କୁକୁରମାନଙ୍କର ଅଵାଧ ଵିଚରଣ ଅନେକ ସମୟରେ ଶ୍ରଦ୍ଧାଳୁମାନଙ୍କୁ ଅପ୍ରିତୀକର ପରିସ୍ଥିତିରେ ପକାଉଥିଵା ଜଣାଯାଇଛି। ସେଥିରେ ଅନେକ ବର୍ଷ ହେଲା ଭୋଜନମଣ୍ଡପ ନିର୍ମାଣ ପାଇଁ ଆସିଥିବା ଟଙ୍କା କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଙ୍କ ପାଇଁ ଖର୍ଚ୍ଚ ନହୋଇ ପଡିରହିଵା ଫଳରେ ସେମାନଙ୍କ ହୀନ ଉଦ୍ୟମକୁ ସଵୁମହଲରୁ ନିନ୍ଦା କରାଯାଇଛି। ତୁରନ୍ତ ଏହି ପ୍ରାଚୀନ ଶୈବପୀଠ ପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଓଡ଼ିଶା ସମାଚାର

About admin

Check Also

ମୌଳିକ ସୁବିଧା ହାସଲ କରିବା ପାଇଁ କନ୍ଧମାଳର ନୂତନ ଜିଲାପାଳଙ୍କୁ ଭେଟିଲେ ବିଲାବାଡ଼ି ଗ୍ରାମ ପଞ୍ଚାୟତବାସୀ

କନ୍ଧମାଳ,୨୬/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବିଲାବାଡ଼ି ପଞ୍ଚାୟତକୁ ୨୦୧୨ ମସିହାରୁ ସାଂସଦ ପୋଷ୍ୟ …

Leave a Reply

Your email address will not be published. Required fields are marked *