Wednesday , December 8 2021
Home / ବିଶେଷ / ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର

ଭୁବନେଶ୍ୱର,୨୮/୦୮/୨୦୨୧(ଓଡ଼ିଶା ସମାଚାର)- ଶ୍ରୀମନ୍ଦିର ସେବାୟତଙ୍କୁ ନେଇ ଆସିଲା ବଡ ନିଷ୍ପତିି । ମନ୍ଦିର ପରିଚାଳନା କମିଟି ବୈଠକ ନିଷ୍ପତି ଅନୁସାରେ ସେବାୟତଙ୍କୁ ମିଳିବ ଘର । ଏଥିପାଇଁ ପରିବାର ପିଛା ୨ଲକ୍ଷ ଲେଖାଏଁ ଟଙ୍କା ମିଳିବ । ଏଥିରେ ଆଉ କିଛି ଅର୍ଥ ମିଶାଇ ସେବାୟତ ଘର ତିଆରି କରିବେ ବୋଲି କୁହାଯାଇଛି । ଏଥିପାଇଁ ୮ଏକର ଜମିର ବ୍ୟବସ୍ଥା କରାଯିବା ସହ ପରିବାର ପିଛା ୬୦୦ ବର୍ଗ ଫୁଟ ଜମି ମିଳିବ ବୋଲି କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ଘର ମିଳିବ ଓ ଏହା ସହିତ ଆସନ୍ତା ଶିକ୍ଷା ବର୍ଷ ଠାରୁ ଶ୍ରୀମନ୍ଦିର ଗୁରୁକୁଳ ତିଆରି ହେବ ବୋଲି କୁହାଯାଇଛି ।ଏଥିପାଇଁ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସୂଚନା ମିଳିଛି । ଏହି ଗୁରୁକୁଳ ର୍ନିମାଣ ପାଇଁ ମାଟିତୋଟାରେ ୧୭ ଏକର ଜମି ଚୟନ କରାଯାଇଛି । ଏହା ସହ ଶ୍ରୀମନ୍ଦିର ସଂରକ୍ଷଣ ପାଇଁ ୫ ବର୍ଷିଆ ଯୋଜନା ପ୍ରସ୍ତୁତ କରାଯାଇଛି । ଏହାକୁ ନେଇ ମନ୍ଦିର ପ୍ରଶାସନ ଓ ଏଏସଆଇ ମିଳିତ ନିଷ୍ପତି ନେବା ସହ ଶ୍ରଦ୍ଧାଳୁ କିମ୍ବା କୌଣସି ଅନୁଷ୍ଠାନକୁ ମାଗଣାରେ ରଥ ଚକ ମିଳିବ ବୋଲି ନିଷ୍ପତିି ନିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *