କେନ୍ଦ୍ରାପଡ଼ା,୨୮/୦୮/୨୦୨୧(ଓଡ଼ିଶା ସମାଚାର)- ରାଜକନିକାର ଖରସ୍ରୋତା ନଦୀ ଜଳ ପ୍ରକଳ୍ପକୁ ନେଇ ଦୀର୍ଘ ୧୮ଦିନ ଧରି ଅନଶନରତ ଥିବା ସମ୍ଭାବନା ସ୍ୱେଛାସେବୀ ଅନୁଷ୍ଠାନର ଶ୍ରୀକାନ୍ତଙ୍କ ନିବେଦନକୁ ବିଚାର କରିବାକୁ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ପ୍ରଦିପ କୁମାର ଦାଶ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍ଥାନୀୟ ଲୋକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏବଂ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତାର ସୁରକ୍ଷା କାରଣରୁ ଖରସ୍ରୋତାରେ ନିର୍ମାଣାଧିନ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ସ୍ଥଗିତ ରଖାଯିବା ଉଦେଶ୍ୟରେ ସାମାଜିକ କର୍ମୀ ଶ୍ରୀକାନ୍ତ ତାଙ୍କର ଅନଶନ ଜାରି ରଖିଛନ୍ତି । ଶ୍ରୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାକୁ ଯାଉଥିବାରୁ ତାଙ୍କ ମୂଲ୍ୟବାନ ଜୀବନର ସୁରକ୍ଷା କଥାକୁ ଗୁରୁତର ସହ ବିଚାରକୁ ନେଇ ଏହି ପ୍ରକଳ୍ପକୁ ସ୍ଥଗିତ ରଖାଯିବାକୁ ଶ୍ରୀ ଦାଶ ଦାବି କରିଛନ୍ତି । ପରିବେଶ ଆଇନ ଓ ଜାତୀୟ ଗ୍ରୀନ ଟ୍ରିବୁ୍ୟନାଲର ଦ୍ୱାରା ପ୍ରଣିତ ନିୟମ ଅନୁଯାଇ ଶ୍ରୀକାନ୍ତଙ୍କ ଦାବି ଗ୍ରହଣ ଯୋଗ୍ୟ ବୋଲି ଶ୍ରୀ ଦାଶ କହିଛନ୍ତି । ତେଣୁ ସାମାଜିକ କର୍ମୀ ଶ୍ରୀକାନ୍ତଙ୍କ ନିବେଦନକୁ ବିଚାରକୁ ନିଆଯାଇ ଖରସ୍ରୋତା ପ୍ରକଳ୍ପ କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଜନଶକ୍ତି ପାର୍ଟିର ସଭାପତି ଶ୍ରୀ ଦାଶ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଶ୍ରୀ ଦାଶଙ୍କ ସହିତ ସୂଚନା ଅଧିକାର କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି, ଆଇନଜିବି ପ୍ରମୋଦ କୁମାର ମିଶ୍ର, ଜୀତେନ୍ଦ୍ର ସାହୁ, କ୍ଷୀତିଶ ସିଂ,ବିଜୟ ପ୍ରସାଦ ପ୍ରମୁଖ୍ୱୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର