Friday , September 29 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ରିଲାଏନ୍ସ ଜିଓମାର୍ଟ, ଜେମାଟୋ,ଫ୍ଲିଫକାର୍ଟ ବିରୁଦ୍ଧ ରେ ପାରାଦୀପ କୋଷ୍ଟାଲ ଡିଷ୍ଟ୍ରିବ୍ୟୁଟର ସଂଘ ର ଧାରଣା

ରିଲାଏନ୍ସ ଜିଓମାର୍ଟ, ଜେମାଟୋ,ଫ୍ଲିଫକାର୍ଟ ବିରୁଦ୍ଧ ରେ ପାରାଦୀପ କୋଷ୍ଟାଲ ଡିଷ୍ଟ୍ରିବ୍ୟୁଟର ସଂଘ ର ଧାରଣା

ପାରାଦୀପ ୨୮/୦୮/୨୦୨୧(ଓଡ଼ିଶା ସମାଚାର)- ସମଗ୍ର ଦେଶ ରେ ଦିନ କୁ ଦିନ ଇ କର୍ମସ ବ୍ୟବସାର ବୃଦ୍ଧି ପାଇବାରେ ଲାଗିଛି । ଘରେ ବସି ଅନଲାଇନ୍ ମାଧ୍ୟମ ରେ ଲୋକମାନେ ଜିନିଷ ପାଇଯାଉଛନ୍ତି । ଏହି ଇ କର୍ମସ୍ ବୃଦ୍ଧି ପାଇବା ପରେ ସମଗ୍ର ଦେଶ ରେ ୪ଲକ୍ଷ ଡିଷ୍ଟ୍ରିବ୍ୟୁଟର ପରିବାର ନିଜ ର ଜୀବନ ଜୀବିକା ହରେଇବାକୁ ବସିଲେଣି । ରିଲାଏନ୍ସ ଜିଓ ମାର୍ଟ, ଆମାଜନ୍, ଫ୍ଲିଫକାର୍ଟ ଭଳି ସଂସ୍ଥା ମାନେ ଇ କମର୍ସ ଜରିଆ ରେ କୋଟି କୋଟି ଟଙ୍କା ର ବ୍ୟବସାୟ କରୁଛନ୍ତି । ସରକାରଙ୍କୁ କ୍ଷତି ଦେଖାଇ କୋଟି କୋଟି ଟଙ୍କା ର ଟିକସ ହଡପ କରୁଥିବା ଅଭିଯୋଗ କରିଛନ୍ତି ପାରାଦୀପ କୋଷ୍ଟାଲ ଡିଷ୍ଟ୍ରିବ୍ୟୁଟର ସଂଘ ର ସଂପାଦକ ପ୍ରଦୀପ କୁମାର ସ୍ୱାଇଁ । ଏହି ଇକମର୍ସ ବ୍ୟବସାୟ ଦ୍ୱାରା ଦେଶ ର ଲକ୍ଷ ଲକ୍ଷ ବିତରକ ଭାଇ ମାନେ ସିଧାସଳଖ ପ୍ରଭାବିତ ହେଉଛନ୍ତି । ଦେଶ ରେ ଥିବା ଏହି ବିତରକ ଭାଇମାନେ ଜୀବନ ର ପୁଂଜି ଏହି କମ୍ପାନୀ ର କାର୍ଯ୍ୟ ରେ ବିନିଯୋଗ କରିଛନ୍ତି, ଆର୍ଥିକ ସଂସ୍ଥାମାନେ ମଧ୍ୟ ଏହି ପ୍ରକ୍ରିୟା ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି ଯାହା ମଧ୍ୟ ବିପଦ ରେ ପଡିବ । ଉତ୍ପାଦନକାରୀ କମ୍ପାନୀମାନଙ୍କୁ ଏହି ଅବସ୍ଥା ରେ ଆଣିବା ରେ ବିତରକ ଭାଇମାନେ ଅକ୍ଲାନ୍ତ ପରିଶ୍ରମ ସହ ସହଯୋଗ କରିଛନ୍ତି । କମ୍ପାନୀ ଆଜି ବଡ ହୋଇଛି ଏପରି ସ୍ଥିତିରେ ଯଦି କମ୍ପାନୀମାନେ ବଡ ବଡ ଚୁକ୍ତି କରନ୍ତି ତେବେ ଏହା ଦେଶ ର ତଥା ରାଜ୍ୟ ର ବିତରକମାନଙ୍କ ପ୍ରତି ବିଶ୍ୱାସଘାତକ ହେବ ବୋଲି ସଭାପତି ତୁଷାରକାନ୍ତ ପରିଡା କହିଛନ୍ତି । ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀ ଏବେ ରିଲାଏନ୍ସ ଜିଓ ମାର୍ଟ ସହିତ ଚୁକ୍ତିନାମା କରିବା ପରେ ସମଗ୍ର ଦେଶ ର ବିତରକ ଓ ବିତରକ ସଂଘ ଆପତି ଉଠାଇଛି । କମ୍ପାନୀ ସହିତ ଦୀର୍ଘ ଦିନ ଧରି ବ୍ୟବସାୟ କରୁଥିବା ବିତରକମାନଙ୍କ ଜୀବନ ଜୀବିକା ରକ୍ଷା କରିବା ପାଇଁ ଆଗାମୀ ଦିନ ରେ ଆନ୍ଦୋଳନ ଜୋରଦାର୍ ହେବ ବୋଲି କହିଛନ୍ତି କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାନ୍ତି । ଶନିବାର ଦିନ ପାରାଦୀପ ବଡପଡିଆ ମାର୍କେଟ୍ ସମ୍ମୁଖ ରେ ପାରାଦୀପ କୋଷ୍ଟାଲ ଡିଷ୍ଟ୍ରିବ୍ୟୁଟର ସଂଘ ର ସଦସ୍ୟମାନେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ସଂଘ ର କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ସାମାନ୍ତରାୟ, ବିଶ୍ୱଜିତ ଦାସ, ସନ୍ତୋଷ ବେହେରା, ବିଚିତ୍ରାନନ୍ଦ ମହାନ୍ତି ଓ ଅନ୍ୟ ସଦସ୍ୟମାନେ ଏହି ଧାରଣା ରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *