Tuesday , May 30 2023
Breaking News
Home / ବିଶେଷ / ରଟିଲୋ ମହାନଦୀ ପଠା ଜବରଦଖଲ ପ୍ରସଙ୍ଗ, ଉଛେଦ ଉପରୁ ରହିତାଦେଶ ହଟିଲା

ରଟିଲୋ ମହାନଦୀ ପଠା ଜବରଦଖଲ ପ୍ରସଙ୍ଗ, ଉଛେଦ ଉପରୁ ରହିତାଦେଶ ହଟିଲା

କଟକ ସଦର, ୨୮/୦୮/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ମୈ।ଜାର ୨.୧୨ ଏକର ମହାନଦୀ ପଠାରେ ଭକ୍ତଙ୍କ ଦାନରେ ପଞ୍ଚମୂଖୀ ହନୁମାନ ମନ୍ଦିର ନିର୍ମାଣ କରାଯାଇଥିଵା ବେଳେ ଏହି ଆଳରେ ସେଠାରେ ବେଆଇନ ଭାବେ ଜବରଦଖଲ କରାଯାଇ ଅନେକ ବେଆଇନ ନିର୍ମାଣକୁ ଉଛେଦ କରାଯାଇଛି। ଏଥିପାଇଁ ରାଷ୍ଟ୍ରୀୟ ସଵୁଜ ଟ୍ରିଵ୍ୟୁନାଲ ( ଏନ୍ ଜି ଟି) ନିକଟରେ ମାମଲା ହୋଇଥିଲା। ବେଆଇନ ନିର୍ମାଣକୁ ଉଛେଦ ପାଇଁ ଏନ୍ ଜି ଟିଙ୍କ ନିର୍ଦ୍ଦେଶକ୍ରମେ ଚଳିତ ମାସ ୨୭ ରେ ପ୍ରସାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ଵେଳେ ଏହାକୁ ଚ୍ୟାଲେଂଜ କରି ହାଇକୋର୍ଟରେ ମାମଲା ରୁଜୁ ହେଲା। ଆବେଦନକାରୀ ଙ୍କ ଆବେଦନକୁ ଗ୍ରହଣ କରି ସେହି ୨୭ ତାରିଖକୁ ଶୁଣାଣୀ ଧାର୍ୟ୍ୟ କରି ଅଦାଲତ ଉଛେଦ ଉପରେ ସେହିଦିନ ପର୍ୟ୍ୟନ୍ତ ସାମୟିକ ରହିତାଦେଶ ଜାରି କରିଵା ସହିତ ଜଵାଵ ଦାଖଲ ପାଇଁ ଜିଲ୍ଲା ପ୍ରଶାସନ କୁ ନୋଟିସ୍ ଜାରି କରିଥିଲେ। ଧାର୍ୟ୍ୟ ଦିନ ମାମଲାର ଶୁଣାଣି କରି ରହିତାଦେଶ ହଟାଇ ଦେଇଥିବା ବେଳେ ମନ୍ଦିର ପାଇଁ ୧୦ ଡିସିମିଲି ଜାଗା ଦେବାକୁ ଜିଲ୍ଲା ପ୍ରଶାସନରେ ଯେଉଁ ଆବେଦନ କରାଯାଇଛି ତାହା ଉପରେ ସେପ୍ଟେମ୍ବର ୧୬ ତାରିଖକୁ ଶୁଣାଣୀ ପାଇଁ ଅଦାଲତ ଦିନ ଧାର୍ୟ୍ୟ କରିଥିବା ଜଣାପଡିଛି।ହେଲେ ହାଇକୋର୍ଟରେ କେବଳ ମନ୍ଦିର ମାମଲା ବଳବତ୍ତର ଥିବା ବେଳେ ଅନ୍ୟ ବେଆଇନ ନିର୍ମାଣ ଉଛେଦ ପାଇଁ ପ୍ରଶାସନ କି ପଦକ୍ଷେପ ନେଇଛନ୍ତି ତାକୁ କେଵଳ ସମସ୍ତଙ୍କର ଅପେକ୍ଷା। ସେପଟେ ବେଆଇନ ନିର୍ମାଣ ଉଛେଦ ଉପରେ କି ପଦକ୍ଷେପ ନିଆଯାଇଛି ତାହା ଉପରେ ସବିଶେଷ ତଥ୍ୟ ସତ୍ୟପାଠ ଜରିଆରେ ଆସନ୍ତା ୩ ତାରିଖରେ ଦାଖଲ କରିଵାକୁ ଜିଲ୍ଲାପ୍ରଶାସନ ଙ୍କୁ ଏନ୍ ଜି ଟି ନୋଟିସ୍ ଜାରି କରିଥିବା ଵେଳେ ଏପଟେ ହାଇକୋର୍ଟରେ ମାମଲା ପ୍ରଶାସନକୁ ଅଡ଼ୁଆରେ ପକାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.