ନିଶ୍ଚିନ୍ତକୋଇଲି,୨୮/୦୮/୨୦୨୧(ଓଡିଶା ସମାଚାର/ଅଭୟ ଜେନା)- ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍ ରେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ମାରାଥନ ଶୁଭ ଶିଳାନ୍ୟାସ ଓ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏକ ନୂତନ ମେଡିକାଲ୍ ର ଶୁଭ ଶିଳାନ୍ୟାସ,ଏକ ପୋଖରୀ ର ପୁନରୁଦ୍ଧାର,ନିଶ୍ଚିନ୍ତକୋଇଲି ପିପି କଲେଜ ର ନୂତନ ଖେଳ ପଡିଆ,ନୂତନ ବିଲଡିଂ କାର୍ୟ୍ୟ ର ସମୀକ୍ଷା,ପଶୁ ଚିକିତ୍ସା କେନ୍ଦ୍ର ର ସମୀକ୍ଷା,ଗୁଆଗଛ ରୋପଣ, କଟିକଟା ବଜାର ରେ ଏକ ହନୁମାନ ମନ୍ଦିର ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରକଳ୍ପ ସହ କଟକ ଜିଲ୍ଲା ର ବୃହତ୍ ତଥା ୧ କୋଟି ୨୦ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନିଶ୍ଚିନ୍ତକୋଇଲି ମଡେଲ ସାପ୍ତାହିକ ହାଟ ଉନୟନ କାର୍ୟ୍ୟ ର ସମୀକ୍ଷା ମନ୍ତ୍ରୀ ଶ୍ରୀ ଜେନାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ,ଏହି ହାଟ ଅକ୍ଟୋବର ସୁଦ୍ଧା ଶେଷ ହୋଇ ଲୋକାର୍ପିତ ହେବ ଏବଂ ଏହି ହାଟ ମାଧ୍ୟମରେ ବହୁ ଲୋକ ଉପକୃତ ହେବେ ବୋଲି ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ । ନିଶ୍ଚିନ୍ତକୋଇଲି ବ୍ଲକ ରେ ପଂଚାୟତିରାଜ ମନ୍ତ୍ରୀ କୋଟି କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ୟ୍ୟ କରିଥିବାରୁ ମନ୍ତ୍ରୀ ଶ୍ରୀ ଜେନା ଙ୍କୁ ନିଶ୍ଚିନ୍ତକୋଇଲିବାସୀ କୃତଜ୍ଞତା ସହ ସାଧୁବାଦ୍ ଜଣାଇଛନ୍ତି।ଏହି କାର୍ୟ୍ୟକ୍ରମ ରେ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର, ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଉମାଶଙ୍କର ବିଶ୍ଵାଳ,ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା,ଯୁବନେତା ଅଶୋକ ଓଝା ବି ଡି ଓ କର୍ଣ୍ଣଦେବ ସମାଦ୍ଦାର, ସହକାରୀ ଯନ୍ତ୍ରୀ ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଓଡ଼ିଶା ସମାଚାର