କେନ୍ଦ୍ରାପଡ଼ା,୨୮/୦୮/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳର ଫକିରାବାଦସ୍ଥିତ ଆସରଫ ଉଲୁମ ଅଲବନାତରୁ ଚଳିତ ବର୍ଷ ୪ଜଣ ଛାତ୍ରୀ ଆଲେମା ହୋଇଛନ୍ତି । ଏହି ଆଲେମା ହୋଇଥିବା ଛାତ୍ରୀମାନଙ୍କ ପାଇଁ ଗୁରୁବାର ବନାତରେ ସ୍ୱତନ୍ତ୍ର ଦୁଆ କରାଯାଇଛି । ମୌଲାନା ଫାରୁକ୍ କାସିମ ଓ ମଦ୍ରାସାର ଅଧ୍ୟକ୍ଷ ମୌଲାନା ଦାଉଦ୍ ମିଫତାହୀ ପ୍ରମୁଖ ଏହି ସ୍ୱତନ୍ତ୍ର ଦୁଆ କରିଥିଲେ । ଆଲେମା ହୋଇଥିବା ଛାତ୍ରୀମାନେ ହେଉଛନ୍ତି ଫକିରାବାଦର ସେକ ମୋଇଉଦ୍ଧିନଙ୍କ ଝିଅ ନିଲେଫର ଆରା, ମଢିଆଳର ସେକ ମହିରୁଦ୍ଧିନ୍ଙ୍କ ଝିଅ ମୁସ୍ତାନ ପରଓି୍ୱନ୍, ଦିଲାରପୁରର ହାଜୀ ମୁଜାହିଦଙ୍କ ଝିଅ ରୁବିନା ବେଗମ ଓ ରଣପଡାର ସେକ ରିଆଜତ ଅଲ୍ଲୀଙ୍କ ଝିଅ ସମାମା ଖାତୁନ୍ । ଏହି ଦୁଆରେ ଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର