କଟକ ସଦର, ୨୮/୦୮/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ମଧୁପାଟଣା ଛକରେ ଜଣେ ଯୁବତୀ ଚିତ୍କାର କରି କାନ୍ଦି କାନ୍ଦି ରାସ୍ତାରେ ଶୋଇ ପଡୁଥିଲେ ତ ପୁଣି ଉଠିପଡି ଗାଡି ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୂଥିଲେ। ଏହାକୈାଣସି ଚଳଚ୍ଚିତ୍ରର ସୁଟିଂ ଵୋଲି ଭାଵି ଲୋକେ ଦେଖିବାକୁ ଜମା ହେଵାରୁ ଵାସ୍ତଵରେ ତାହା ରିଅଲ ଘଟଣା ବୋଲି ଜଣାପଡିଥିଲା। ଘଟଣାବଳୀ ଏହିଆ ଯେ ଯୁବତୀ ଜଣକ ଭୂଵନେଶ୍ୱର ଓଲ୍ଡ ଟାଉନ୍ ଅଞ୍ଚଳର ସୃଷ୍ଟି ସୃଜନିକା ପଟ୍ଟନାୟକ କିଛି ମାସ ତଳେ ଫେସବୁକ ଜରିଆରେ କନ୍ଦରପୁର ଅଞ୍ଚଳର ଜନୈକ ରତି ରଞ୍ଜନ ବେହେରାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ସମୟକ୍ରମେ ପ୍ରେମ ସମ୍ପର୍କ ଦୃଢ ହେବା ପରେ ଉଭୟେ ସ୍ୱ।ମୀ ସ୍ତ୍ରୀ ଭାଵେ କଟକ ଚାଉଳିଆଗଞ୍ଜ ଥାନା ଵିଦ୍ୟାଧରପୁରେ ଘରଭଡା ନେଇ ରହୁଥିଲେ। ଏହାର ଦିନ କେଇଟା ପରେ ପ୍ରେମିକା କୁ ଧୋକା ଦେଇ ପ୍ରେମିକ ରତି କେଉଁ ଆଡେ ଗାଏଵ ହୋଇଯାଇଥିଵାରୁ ନ୍ୟାୟ ପାଇଁ ପ୍ରେମିକା ଏଭଳି ଅଭିନଵ ଅଭିଯୋଗ କରିଛନ୍ତି। ପୋଲିସ ମଧୁପାଟଣା ପୋଲିସ ଘଟଣାସ୍ଥଳରେ ପହଂଚି ଯୁବତୀଙ୍କୁ ଉଦ୍ଧାର କରି ଚାଉଳିଆଗଞ୍ଜ ଥାନା ପୋଲିସ ଙ୍କୁ ହସ୍ତାନ୍ତର କରିଵା ପରେ ଗତକାଲି ଶୁକ୍ରବାର ବିଳମ୍ବିତ ରାତିରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ପ୍ରେମିକକୁ ଖୋଜା ଚାଲିଥିବା ଜଣାଯାଇଛି।କନ୍ଦରପୁର ଥାନା ଅଞ୍ଚଳରେ ଏହି ଅଳ୍ପ ଦିନ ତଳେ ଜଣେ ନାବାଳିକା ଙ୍କୁ ପ୍ରେମ କରି ଧୋକା ଦେଵା ଅଭିଯୋଗରେ ଏବଂ ମହିଳାଙ୍କୁ ଗର୍ଭବତୀ କରି ଜୀଵନରୁ ମାରିଦେବାକୁ କେନାଲର ଭରା ପାଣିକୁ ପେଲି ଦେଵା ଅଭିଯୋଗରେ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇଥିଵା ଚର୍ଚ୍ଚାର ଵିଷୟ ହୋଇଛି। ଓଡ଼ିଶା ସମାଚାର