Monday , March 27 2023
Breaking News
Home / ବିଶେଷ / ପ୍ରଥମ କାର୍ଗିଲସହିଦ ଗୋପୀନାଥ ଙ୍କ ପିତା ଯଦୁମଣି ମହାରଣା ଙ୍କ ବିୟୋଗ

ପ୍ରଥମ କାର୍ଗିଲସହିଦ ଗୋପୀନାଥ ଙ୍କ ପିତା ଯଦୁମଣି ମହାରଣା ଙ୍କ ବିୟୋଗ

ନିଶ୍ଚିନ୍ତକୋଇଲି, ୨୮/୦୮/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-ଓଡିଶା ର ପ୍ରଥମ କାର୍ଗିଲ ସହିଦ ଗୋପୀନାଥ ମହାରଣା ଙ୍କ ପିତା ଯଦୁମଣି ମହାରଣା ଙ୍କର ଗୁରୁବାର ରାତ୍ରି ରେ ଜନାର୍ଦ୍ଦନପୁର ବାସ ଭବନ ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ  ବିୟୋଗ ରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି । ବରିଷ୍ଠ ସାମ୍ବାଦିକଅଭୟ ଜେନା, ଅକ୍ଷୟ ଦାଶ, ନିଶ୍ଚିନ୍ତକୋଇଲି ବିଜେଡି କାର୍ୟ୍ୟକାରୀ ସଭାପତି ପ୍ରମୋଦ ନାୟକ, ଯୁବ ନେତା ବିଶ୍ୱଜିତ ପରିଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ପତ୍ନୀ ଝୁମୁରୀ ମହାରଣା, ଦୁଇ ପୁଅ ରମାକାନ୍ତ ଓ ରତିକାନ୍ତ, ଦୁଇ ଝିଅ ଓ ଆତ୍ମୀୟ ସ୍ୱଜନ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.