Sunday , March 26 2023
Breaking News
Home / ବିଶେଷ / ଦୀର୍ଘ ଦେଢ଼ ବର୍ଷ ପରେ କନ୍ଧମାଳର ସାଇନ୍ସ ପାର୍କ ଖୋଲିଲା

ଦୀର୍ଘ ଦେଢ଼ ବର୍ଷ ପରେ କନ୍ଧମାଳର ସାଇନ୍ସ ପାର୍କ ଖୋଲିଲା

କନ୍ଧମାଳ,୨୮/୦୮/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କୋରାନା ମହାମାରୀ ପାଇଁ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ବନ୍ଦ ଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସାଇନ୍ସ ପାର୍କ ଖୋଲିଲା । ସନ୍ଧ୍ୟା ରେ ଆୟୋଜିତ ପୁନଃ ଖୋଲିବା କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରକାର୍ୟ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଯୋଗ ଦେଇ ଆନୁଷ୍ଠାନିକ ଉଦଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥୀ ଭାବେ ଆଇନଜୀବୀ ବିଜୟ କୁମାର ପଟନାୟକ, ସ୍ଵେଛାସେବୀ ସଂଗଠନ ସ୍ଵାତି ର ସମ୍ପାଦକ ଇଂ.ହରି ଶଙ୍କର ରାଉତ, ବୈଦ୍ୟ ନାଥ ଖଟୁଆ, ପ୍ରମୁଖ ଭାବେ ଯୋଗ ଦେଇଥିଲେ । ସାଇନ୍ସ ପାର୍କ କେବେ ଖୋଲିବ ବୋଲି ଲୋକେ ଆଗ୍ରହ ର ସହ ଅନାଇ ରହିଥିଲେ । ବିଭାଗୀୟ ଅଧିକାରୀ ଙ୍କ ନିଷ୍ଠା ପର ଉଦ୍ୟମ, ଓ ଆନ୍ତରିକତା ଯୋଗୁଁ ବନ୍ଦ ଥିବା ପାର୍କ ଖୋଲି ପାରିଛି ।
କରୋନା ପାଇଁ ଏତେଦିନ ଧରି ବନ୍ଦ ରହିଥିବା ଫଳରେ ରକ୍ଷଣକ୍ଷ ବେକ୍ଷଣ ଅଭାବ ରୁ ପାର୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ହେଲେ ବିଭାଗୀୟ କର୍ତ୍ତୃପକ୍ଷ ନିଜେ ଉପସ୍ଥିତ ରହି ପାର୍କର ରକ୍ଷଣା ବେକ୍ଷଣ ଦାୟିତ୍ୱ ନେଇଥିବା ସ୍ଵାତି ଏନଜିଓ କୁ ନିର୍ଦେଶ ଦେଇ ସଫାସୁତୁରା କରାଇଥିଲେ । ସ୍ଥାନୀୟ ଜନସାଧାରଣ ପାର୍କ ଖୋଲିବା ଜାଣିବା ପରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା । ଏହି ସାଇନ୍ସ ପାର୍କ ଟି ବିଶେଷ କରି ସ୍କୁଲ ଛାତ୍ର ଛାତ୍ରୀ ଙ୍କ ପାଇଁ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଆହରଣ ରେ ସହାୟକ ହୋଇ ପାରୁଛି । ଓଡିଶା ସମାଚାର

Leave a Reply

Your email address will not be published.