Saturday , March 25 2023
Breaking News
Home / ବିଶେଷ / ଜମିହରା ଙ୍କୁ ପିପିଏଲ୍ ର ଧୋକା-ପ୍ରତିବାଦ ରେ ନବ ନିର୍ମାଣ କୃଷକ ସଂଘ ର ସତ୍ୟାଗ୍ରହ

ଜମିହରା ଙ୍କୁ ପିପିଏଲ୍ ର ଧୋକା-ପ୍ରତିବାଦ ରେ ନବ ନିର୍ମାଣ କୃଷକ ସଂଘ ର ସତ୍ୟାଗ୍ରହ

ପାରାଦୀପ ୨୮/୦୮/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଠାରେ ଭାରତ ସରକାର ଓ ନାଉରୁ ସରକାରଙ୍କ ଯୌଥ ସହଭାଗିତା ରେ ପ୍ରତିଷ୍ଠା ହୋଇଥିଲା ପାରାଦୀପ ଫସଫେଟସ୍ ଲିମିଟେଡ୍ ବା ପିପିଏଲ୍ । ସ୍ଥାନୀୟ ଅଂଚଳ ର ବାସିନ୍ଦାମାନେ ଏହି ବୃହତ ପ୍ରକଳ୍ପ ପାଇଁ ନିଜ ନିଜ ର ମୂଲ୍ୟବାନ ସଂପତି ଜମି ଦେଇଥିଲେ । ସେତେବେଳେ ଏହି ଜମିହରାମାନଙ୍କୁ କମ୍ପାନୀ ରେ ସ୍ଥାୟୀ ନିଯୁକ୍ତି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବାର ପ୍ରତିଶୃତି ମିଳିଥିଲା । ହେଲେ ଏହି ପ୍ରତିଶୃତି ପାଣି ର ଗାର ହୋଇ ରହିଗଲା । ବାଜପେୟୀ ସରକାର ସମୟ ରେ ପିପିଏଲ୍ ଘରୋଇକରଣ ହୋଇଗଲା । ଅଂଚଳବାସୀ ଆଶା ରଖିଥିଲେ ଏବେ ବୋଧେ ଆମ ଆଶା ପୂରଣ ହେବ । ହେଲେ ପିପିଏଲ୍ କୁ କିଣିଥିବା ଆଡଭେଜ୍ ଗ୍ରୁପ୍ (ମରକୋ-ଜୁଆରି) ସଂସ୍ଥା ପୁଣି ହତାଶ କରିଛି ସ୍ଥାନୀୟ ଜମିହରା ତଥା ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ବୋଲି ଅଭିଯୋଗ କରିଛି ନବ ନିର୍ମାଣ କୃଷକ ସଂଘ । ଶୁକ୍ରବାର ଦିନ ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ପିପିଏଲ୍ ଫାଟକ ସମ୍ମୁଖ ରେ ଚାଷୀ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଦିନ ଥିଲା କୁଜଙ୍ଗ ଅଂଚଳ ର କୈବର୍ତମାନେ ଏ ଅଂଚଳ ପାଇଁ ବହୁ ଗୁରତ୍ୱ ବହନ କରୁଥିଲେ । ଏ ଉପକୂଳ ରେ ବ୍ରିଟିଶ୍ ଜହାଜ କୁ ଲଙ୍ଗର ପକାଇ ଦେଉ ନଥିଲେ । ନିଜ ର ସାହାସିକତା ଯୋଗୁଁ କୁଜଙ୍ଗ ଅଂଚଳ ର କୈବର୍ତ ମାନେ ସମଗ୍ର ଦେଶ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । କୁଜଙ୍ଗ ଅଂଚଳ ର କୈବର୍ତ ସମ୍ପ୍ରଦାୟ ର ଲୋକମାନେ ପ୍ରତିବର୍ଷ ଜଳକର ସରକାରଙ୍କୁ ପଇଠ କରି ଆସୁଥିବା ବେଳେ ୪୩ ଏକର ୮୩ ଡିସିମିଲ୍ ନଦୀ କୁ ପିପିଏଲ୍ କମ୍ପାନୀ ପାଚେରୀ ନିର୍ମାଣ କରି ନିଜ ଅଧିନ କୁ ନେଇ ଦଖଲ କରି ରଖିଛି । ଫଳ ରେ କୁଜଙ୍ଗ ଅଂଚଳ ର ପାରମ୍ପାରିକ ମତ୍ସ୍ୟଜୀବୀ ମାନେ ମାଛ ମାରି ପାରୁ ନାହାନ୍ତି । ମାଛ ମାରି ପରିବାର ପ୍ରତିପେଷଣ କରିଆସୁଥିବା ଏହି ମତ୍ସ୍ୟଜୀବୀ ପରିବାର ଏବେ ଦୁର୍ଦ୍ଧିନ ମଧ୍ୟ ଦେଇ ଗତି କରୁଛନ୍ତି । ଏ ସଂପର୍କ ରେ ଶୁକ୍ରବାର ଠାରୁ ୭ ଦଫା ଦାବି ନେଇ ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଆରମ୍ଭ ହୋଇଛି ସତ୍ୟାଗ୍ରହ । ଚାଷୀମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଜାରୀ ରହିବ ବୋଲି ସୂଚନା ଦେଇଛନ୍ତି ନବ ନିର୍ମାଣ କୃଷକ ସଂଘ ନେତା ବିଷ୍ଣ ଚରଣ ସ୍ୱାଇଁ । ଓଡ଼ିଶା ସମାଚାର

Leave a Reply

Your email address will not be published.