Wednesday , November 30 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ଜନ୍ମାଷ୍ଟମୀ ପାଇଁ ସବୁ ବ୍ୟାଙ୍କ ଛୁଟି – ଲଗାତର ୩ ଦିନ ବ୍ୟାଙ୍କ ବନ୍ଦ୍

ଜନ୍ମାଷ୍ଟମୀ ପାଇଁ ସବୁ ବ୍ୟାଙ୍କ ଛୁଟି – ଲଗାତର ୩ ଦିନ ବ୍ୟାଙ୍କ ବନ୍ଦ୍

ଭୁବନେଶ୍ୱର,୨୮/୦୮/୨୦୨୧(ଓଡ଼ିଶା ସମାଚାର)- ହିନ୍ଦୁ ମାନଙ୍କର ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆସନ୍ତା ଅଗଷ୍ଟ ୩୦ ତାରିଖ ସୋମବାର ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏନେଇ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଜନ୍ମାଷ୍ଟମୀ ଅବସରରେ ଅଗଷ୍ଟ ୩୦ତାରିଖରେ ରାଜ୍ୟର ସମସ୍ତ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ । କେନ୍ଦ୍ରୀୟ ଆଇନ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ସାର୍ବଜନୀନ ଛୁଟି ନିମନ୍ତେ ଜାରି ନିର୍ଦ୍ଧେଶନାମା ଆଧାରରେ ପ୍ରଦତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାର ଜନ୍ମାଷ୍ଟମୀ ଅବସରରେ ଆସନ୍ତା ୩୦ତାରିଖକୁ ଛୁଟି ଘୋଷଣା କରିଛନ୍ତି । ରାଜ୍ୟରେ ବ୍ୟାଙ୍କଗୁଡ଼ିକ ଚତୁର୍ଥ ଶନିବାର ଛୁଟି ରହୁଥିବାବେଳେ ରବିବାର ଓ ସୋମବାର ମଧ୍ୟ ବନ୍ଦ ରହିବ ତଥା ବ୍ୟାଙ୍କଗୁଡ଼ିକ ମଙ୍ଗଳବାର ଖୋଲିବ ବୋଲି ଜଣାପଡ଼ିଛି । ଏହା ଫଳରେ ଲଗାତର ଭାବେ ଶନିବାର, ରବିବାର ଓ ସୋମବାର ୩ ଦିନ ଧରି ବ୍ୟାଙ୍କ ସେବା ବନ୍ଦ ରହିବ ଓ ମଙ୍ଗଳବାର ଦିନ ବ୍ୟାଙ୍କ ସେବା ଉପଲବ୍ଧ ହେବ । ଓଡ଼ିଶା ସମାଚାର

Leave a Reply

Your email address will not be published.