Tuesday , December 6 2022
Home / ବିଶେଷ / ଚନ୍ଦାରଗ୍ରାମରୁ ୨୦୦ ଲିଟର ଦେଶୀମଦ ଜବତ

ଚନ୍ଦାରଗ୍ରାମରୁ ୨୦୦ ଲିଟର ଦେଶୀମଦ ଜବତ

ଭୁବନ ୨୮/୦୮/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଚନ୍ଦାର ଗ୍ରାମରେ ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ୨୦୦ ଲିଟର ଦେଶୀ ମଦ ଜବତ କରାଯାଇଥିବାବେଳେ ବିପୁଳ ପରିମାଣର ମହୁଲ,ମଦ ସରଂଜାମ ନଷ୍ଟ କରାଯାଇଥିବା ଜଣାପଡିଛି । ଅବକାରୀ କମିଶନର ଙ୍କ ନିର୍ଦ୍ଧେଶରେ ଭୁବନ ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝୀ ଙ୍କ ତତ୍ୱାବଧାନରେ ଢେଙ୍କାନାଳ ଅବକାରୀ ବିଭାଗ କର୍ମଚାରୀ ଓ ଭୁବନ ପୋଲିସ ମିଳିତଭାବେ ଚନ୍ଦାର ଗ୍ରାମରେ ଚଢାଉ କରିଥିଲେ । ଏହିଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.