Tuesday , March 28 2023
Home / ବିଶେଷ / ଚନ୍ଦକା ଥାନା ଅନ୍ତର୍ଗତ ପୋଲିସ ଓ ସ୍ଥାନୀୟ ଦଲାଲଙ୍କ ମଧୁଚନ୍ଦ୍ରିକା ଦ୍ୱାରା ଅତ୍ୟାଚାରିତ ହୋଇଥିବା ଜନସାଧାରଣଙ୍କର ସରକାରଙ୍କ ନିକଟରେ ନ୍ୟାର୍ଯ୍ୟ ଦାବି ନେଇ ମାନବାଧିକାର କର୍ମୀଙ୍କ ସାମ୍ବାଦିକ ସମ୍ମିଳନୀ

ଚନ୍ଦକା ଥାନା ଅନ୍ତର୍ଗତ ପୋଲିସ ଓ ସ୍ଥାନୀୟ ଦଲାଲଙ୍କ ମଧୁଚନ୍ଦ୍ରିକା ଦ୍ୱାରା ଅତ୍ୟାଚାରିତ ହୋଇଥିବା ଜନସାଧାରଣଙ୍କର ସରକାରଙ୍କ ନିକଟରେ ନ୍ୟାର୍ଯ୍ୟ ଦାବି ନେଇ ମାନବାଧିକାର କର୍ମୀଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର,୨୮/୦୮/୨୦୨୧(ଓଡ଼ିଶା ସମାଚାର)- ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ଓ ଥାନା କର୍ମଚାରୀଙ୍କ ଦ୍ୱାରା ପରିବାରଗୁଡ଼ିକ ପ୍ରତି କରିଥିବା ଅମାନବୀୟ ବ୍ୟବହାର, ଶାରୀରିକ ଓ ମାନସିକ ନିର୍ଯ୍ୟାତନା, ଅସଦାଚରଣ ଏବଂ ମିଥ୍ୟା କେସ୍ ରୁଜୁ ସମ୍ପର୍କରେ ମାନବାଧିକାର କର୍ମୀ ରାଜେଶ କୁମାର ସାହୁ ସ୍ଥାନୀୟ ଓଡ଼ିଶା ସାମ୍ବାଦିକ ୟୁନିୟନ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

      ଶ୍ରୀ ଦେବେନ୍ଦ୍ର ବିଶ୍ୱାଳ ସ୍ଥାନୀୟ ଥାନାରେ ୪ ବର୍ଷରୁ ଅଧିକ କାଳ ହେବ ରହି ତାଙ୍କର କଳା ସାମ୍ରାଜ୍ୟ ବିସ୍ତାର କରିଛନ୍ତି । ଜମି ଦଲାଲି, ମୋରମ୍, ବାଲି, କାଠ ଦଲାଲି କରିବା ସହ ସରକାରୀ ଜମି ହଡ଼ପରେ ମୁଖ୍ୟ କାର୍ପଟଦାର ସାଜିଛନ୍ତି, ଯାହାର ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ । କିନ୍ତୁ କାହା ସୁପାରିଶ୍ ରେ ଏବଂ କେଉଁ ଭଲ କର୍ତବ୍ୟପରାୟଣତା ପାଇଁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ କରାଯାଇଅଛି, ତାହା ତଦନ୍ତ ସାପେକ୍ଷ । ଶ୍ରୀମତୀ ସ୍ୱର୍ଣ୍ଣଲତା ନାଟୁଆ, ବୟସ ୩୮ବର୍ଷ (ଗୃହିଣୀ), ସ୍ୱାମୀ – ବସନ୍ତ ନାଟୁଆ (ବୟସ ୫୦ ବର୍ଷ, କୃଷକ), ଗ୍ରାମ-ଶିମୂଳିପାଟଣା, ପୋଷ୍ଟ/ଥାନା-ଚନ୍ଦକା, ଭାୟା – ବାରଙ୍ଗ କହିଛନ୍ତି ଯେ, ଗତ ତା ୦୩.୧୨.୨୦୨୦ରିଖରେ ତାଙ୍କ ସ୍ୱାମୀ ବସନ୍ତ ନାଟୁଆଙ୍କୁ ବିନା କାରଣରେ ପିସିଆର୍ ଭ୍ୟାନ୍ ରେ ଥାନାକୁ ନେଇ ହାଜତରେ ପୂରାଇ ଥାନା ଅଧିକାରୀ ଶ୍ରୀ ଦେବେନ୍ଦ୍ର ବିଶ୍ୱାଳ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ନିର୍ଦ୍ଧୁମ୍ ପିଟିଲେ । ତାପରେ ରାତି ୯ଟାରେ ଶ୍ରୀମତୀ ନାଟୁଆ ତାଙ୍କ ସ୍ୱାମୀଙ୍କ ଖବର ବୁଝିବାକୁ ଥାନାକୁ ଯାଇ ଦେବେନ୍ଦ୍ର ବିଶ୍ୱାଳଙ୍କୁ ତାଙ୍କ ସ୍ୱାମୀଙ୍କୁ କାହିଁକି ଥାନାକୁ ଆଣି ୧୨ ଘଂଟା କାଳ ହାଜତରେ ରଖିଛନ୍ତି ବୋଲି ପଚାରିଲେ । ଏତିକିରେ ଶ୍ରୀ ବିଶ୍ୱାଳ ଉତକ୍ଷିପ୍ତ ହୋଇ ସେଙ୍ଗସେଙ୍ଗ ଗୋଟିଏ ରୁଲବାଡ଼ି ଆଣି ଏସ୍.ଆଇ. ପ୍ରି୍ରୟଦର୍ଶିନୀ ନନ୍ଦ ଙ୍କୁ ଦେଇ କହିଲେ, ଏ ମାଇକିନିଆକୁ ଲଙ୍ଗଳା କରି ପିଟ, ଯାହା ହବ ମୁଁ ଦେଖିବି । ଏହାପରେ ଏସ୍.ଆଇ. ପ୍ରି୍ରୟଦର୍ଶିନୀ ଶ୍ରୀମତୀ ନାଟୁଆଙ୍କ, ଶାଢ଼ୀ ବ୍ଲାଉଜ୍ ଚିରି, ଉଲଗ୍ନ କରି ନିର୍ଦ୍ଧୁମ୍ ପିଟିଲେ । ସେହି ସମୟରେ ଲାଇଟ୍ ବନ୍ଦ କଲେ । ସେଠାରେ ଦେବେନ୍ଦ୍ର ବିଶ୍ୱାଳ, ଏସ୍.ଆଇ. ପ୍ରି୍ରୟଦର୍ଶିନୀ ନନ୍ଦ, ସୁଲୋଚନା ସେଠୀ, ଡାକ ବେହେରା, ପିତା – ୰ ଲୋକନାଥ ବେହେରା, ରୁଦ୍ର ବେହେରା, ପିତା – ୰ ଅପନି ବେହେରା ସା – ଶିମୁଳିପାଟଣା, ଚନ୍ଦକା ପ୍ରମୁଖ ଉପସ୍ଥିତ ଥିଲେ । ଏ ଦୁଇ ଜଣ (ଡାକ ବେହେରା, ରୁଦ୍ର ପ୍ରତାପ ବେହେରା) କହିଲେ ଏ ମାଇକିନିଆ (ଶ୍ରୀମତୀ ନାଟୁଆ)କୁ ଲଙ୍ଗଳା କରିକି ବାଡ଼ାଅ, ଆମେ ଦେଖିବୁ । ଶ୍ରୀମତୀ ନାଟୁଆ ମାଡ଼ ସହ୍ୟ କରି ନପାରି ତାଙ୍କ ସ୍ୱାମୀ ଥିବା ହାଜତ ଆଡ଼କୁ ଦୌଡ଼ିଗଲେ । ଏହି ସମୟରେ ଦେବେନ୍ଦ୍ର ବିଶ୍ୱାଳ ତାଙ୍କ ଶାଢ଼ୀକୁ ଭିଡ଼ି ବାହାର କରିଦେଲେ, ଫଳରେ ଶ୍ରୀମତୀ ନାଟୁଆ ଅର୍ଦ୍ଧନଗ୍ନ ହୋଇଗଲେ । ସେହି ଅସହାୟ ଅବସ୍ଥାରେ ରାତିସାରା ସ୍ୱାମୀଙ୍କ ହାଜତ ଆଗରେ ବସିରହିଲେ । ତା’ ପରଦିନ ଶ୍ରୀମତୀ ନାଟୁଆ ଓ ତାଙ୍କ ସ୍ୱାମୀଙ୍କୁ କୋର୍ଟ ଫରୱାର୍ଡ଼ କରାଗଲା । ଆଠଦିନ ପରେ କୋର୍ଟରୁ ଜାମିନିରେ ଶ୍ରୀମତୀ ନାଟୁଆ ଓ ତାଙ୍କ ସ୍ୱାମୀ ଘରକୁ ଫେରିଲେ । ପୁନର୍ବାର ତା ୧୩.୦୩.୨୦୨୧ରିଖରେ ଶ୍ରୀମତୀ ନାଟୁଆ ଓ ତାଙ୍କ ସ୍ୱାମୀଙ୍କୁ ଥାନାକୁ ଡକାଇ ପୁନର୍ବାର ମାଡ଼ ମାରିଲେ । ଇତି ମଧ୍ୟରେ ଶ୍ରୀମତୀ ନାଟୁଆଙ୍କ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ପୁଅ ସତ୍ୟନାରାୟଣ ନାଟୁଆ (ଛାତ୍ର)କୁ କହିଲେ ଯେ, ତୋ ପାଇଁ ବାପା ବୋଉ ଥାନାରେ ଅଛନ୍ତି । ଏହାପରେ ପୋଲିସ୍ ମିଥ୍ୟା ମଦ କାରବାର କେସ୍ରେ ଶ୍ରୀମତୀ ନାଟୁଆଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କଲେ । ଶ୍ରୀମତୀ ନାଟୁଆଙ୍କ ସାନପୁଅ (ଛାତ୍ର) ଥାନାକୁ ଖାଇବାକୁ ଦେବାକୁ ଗଲାବେଳେ ତାକୁ ମଧ୍ୟ ମାଡ଼ଦେଲେ । ବାଧ୍ୟହୋଇ ଶ୍ରୀମତୀ ନାଟୁଆ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତାଙ୍କର ରିଟ୍ ପିଟିସନ୍ ନଂ. ୧୩୯୭/୨୦୨୧ ଅଟେ ।

      ଶ୍ରୀ ବିରଂଚି ନାରାୟଣ ମହାପାତ୍ର, ବୟସ ୭୦ ବର୍ଷ, ପିତା-୰ ଗୋଲଖ ରଣା, ଗ୍ରାମ-ବିନ୍ଧ୍ୟଗିରି, ଛତାବର, ଚନ୍ଦକା ଏବଂ ସୁଜାତା ସାହୁ, ବୟସ ୩୯ ବର୍ଷ, ପିତା -ମଦନ ମୋହନ ସାହୁ, ଗ୍ରା/ପୋ- ଛତାବର, ଚନ୍ଦକାଙ୍କୁ ଜମିବାଡ଼ି ବିବାଦକୁ ନେଇ ଜମି ଦଲାଲଙ୍କ ପ୍ରରୋଚନାରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.