କେନ୍ଦ୍ରାପଡ଼ା, ୨୮/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ପରିବେଶ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାକୁ ପରିବେଶବିତ, ବର୍ଷିୟାନ ଜନସେବକ ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସକାଳର ଯୁବ ସାମ୍ବାଦିକ ଦେବଦତ ଦାଶ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ ଦୈତାରୀ ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ପରିବେଶ ସୁରକ୍ଷା ଓ ବୃକ୍ଷର ଉପକାରିତା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ୫୦ରୁ ଉଦ୍ଧ୍ୱର୍ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା । ପ୍ରାରମ୍ଭରେ ଉମାକାନ୍ତ ମହାପାତ୍ର ବେଦପାଠ କରିଥିବା ବେଳେ ଶିକ୍ଷକ ମନୋଜ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବ ପ୍ରସାଦ ନାୟକ, ଶୁଭସ୍ମିତା ପତି, ପବିତ୍ର ମୋହନ ଜେନା, ସେକ ସୁଲତାନ ମହମ୍ମଦ, ଇବ୍ରାହିମ ଖାଁ, ବନଜା ରାଉତ, ରାଜ୍ୟଶ୍ରୀ ମିଶ୍ର, ଶର୍ମିଷ୍ଠା ସାମଲ, ଭାଗ୍ୟଶ୍ରୀ ପ୍ରିୟଦର୍ଶିନୀ ବିଶ୍ୱାଳ, ସ୍ୱର୍ଣ୍ଣଲତା ବେହେରା, ସ୍ମିତିପ୍ରଜ୍ଞା ଶର୍ମା ଓ ଜୟଦେବ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ପ୍ରକୃତି ବନ୍ଧୁ ଦ୍ୱାରିକା ନାଥ ସେନାପତି ଓ ପ୍ରାକ୍ତନ ଶିକ୍ଷକ ସୁନାକର ପରିଡାଙ୍କୁ ପୁଷ୍ପଗୁଛ,ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର