ନିରାକାରପୁର, ୨୮/୦୮/୨୦୨୧(ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରକୃତି ବିହାର, କମାଗୁରୁ ପରିସରରେ୩୧ ତମ ପ୍ରତିଷ୍ଠା ଉତ୍ସବ ଅଡଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ଭୂତ ପୂର୍ବ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାପାତ୍ର ଭବ୍ୟ ଉପସ୍ଥିତିରେ ଉଦଘାଟନ କରିଥିଲେ । ୬୬୨ ଶିକ୍ଷକ ସଂଘର ଉପସଭାପତି ତଥା ରଘୁନାଥ କନିଷ୍ଠ ମହାବିଦ୍ୟାଳୟ, ଦେଉଳିର ଅଧ୍ୟକ୍ଷ ଡ଼. ତପନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ମଳିପଡ଼ା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିହିର ଚନ୍ଦ୍ର ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି କହିଥିଲେ ଯେ, “ଶିକ୍ଷା ମାନବିକତା ସୃଷ୍ଟି କରେ” । ସେହିପରି ଟାଙ୍ଗୀ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସୀତାଂଶୁ ଭୂଷଣ ନନ୍ଦ ବିଶିଷ୍ଟ ଅତିଥି ଏବଂ ଡ଼. ଅଶୋକ କୁମାର ମହାପାତ୍ର ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦାନ କରି ବିଦ୍ୟାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ଡ଼. ମହେଶ୍ୱର ଖାଡାଙ୍ଗା ସ୍ମୃତି ସମ୍ମାନ, ପ୍ରଫୁଲୀ ବ୍ରହ୍ମାନନ୍ଦ ମହାନ୍ତି ସ୍ମୃତି ସମ୍ମାନ, ବୃନ୍ଦାବନ ପଟ୍ଟନାୟକ ଉତ୍କଳ ଜାତୀୟ ସଂଗୀତ ସମ୍ମାନ । ବସନ୍ତ କୁମାର ପଣ୍ଡା ସ୍ମୃତି ସହାୟତା ସହ ପ୍ରତ୍ୟେକ ବିଭାଗରେ ଆର୍ଥିକରାଶି ପ୍ରଦାନ କରାଯାଇଥିଲା ।
ଉକ୍ତ ଉତ୍ସବରେ ଅଧ୍ୟାପିକା ଡ଼. ରେଣୁବାଳା ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିବା ସହ ମହାବିଦ୍ୟାଳୟର ସଂକ୍ଷିପ୍ତ ଐତିହ୍ୟ ଉପସ୍ଥାପନା କରିଥିଲେ । ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ରଙ୍କ ନିର୍ଦ୍ଧେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମଂଚ ସଂଚାଳନା କରିଥିଲେ । ଅଧ୍ୟାପିକା ସୁଦେଷ୍ଣା ସାମନ୍ତରାୟ, ବିଦ୍ୟାଧର ବିଶ୍ୱାଳ ଏବଂ ଜମ୍ବେଶ୍ୱର ଜୁଝାରସିଂହ ପୁରସ୍କାର ପ୍ରଦାନ ଉତ୍ସବରେ ସହାୟତା କରିଥିଲେ । ଏହି ଉତ୍ସବରେ ସହାୟତା କରିଥିଲେ । ଏହି ଉତ୍ସବକୁ ସମ୍ପୂର୍ଣ୍ଣ ସଫଳତା ପାଇଁ ଯେଉଁମାନେ ସହଯୋରର ହାତ ବଢ଼ାଇଥିଲେ ସେମାନେ ହେଲେ, ଚିତରଂଜନ ସାହୁ, ରତ୍ନାକର ମହାପାତ୍ର, ସମୀର କୁମାର ରାଉତରାୟ, ହିମାଂଶୁ ଭୂଷଣ ଚମ୍ପତିରାୟ, ସସ୍ମିତା ସାହୁ, ଅଭିରାମ ପଣ୍ଡା, ଶ୍ୟାମସୁନ୍ଦର ପଟ୍ଟନାୟକ, ଦିଲ୍ଲୀପ କୁମାର ବେହେରା, ମନମୋହନ ନାୟକ, ବାସୁଦେବ ପାଲଟାସିଂହ, ପ୍ରଭାକର ଜୟସିଂହ, ରାଜକିଶୋର ମହାନ୍ତି ପ୍ରଭୃତି ପରିଶେଷରେ ଆଦିକନ୍ଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର