Wednesday , December 8 2021
Home / ବିଶେଷ / କପାଳେଶ୍ୱର ପଂଚାୟତରେ ଆଦର୍ଶ  ପୋଖରୀ ଉଦଘାଟିତ

କପାଳେଶ୍ୱର ପଂଚାୟତରେ ଆଦର୍ଶ  ପୋଖରୀ ଉଦଘାଟିତ

କେନ୍ଦ୍ରାପଡ଼ା,୨୮/୦୮/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଂଚାୟତର ଜଜାଙ୍ଗରେ ଦୁଇଟି ଆଦର୍ଶ ପୋଖରୀ ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଅକ୍ଲାନ୍ତ ପରିଶ୍ରମରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ପୋଖରୀକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବିଡିଓ ଶ୍ରୀ ଦାସଙ୍କ ଏଭଳି କାର୍ଯ୍ୟକୁ ଜିଲ୍ଲାପାଳ ପ୍ରସଂଶା ମଧ୍ୟ କରିଥିଲେ । ପୋଖରୀଟିର ଚର୍ତୁପାଶ୍ୱର୍କୁ ସୌନ୍ଧର୍ଯ୍ୟକରଣ କରାଯିବା ସହିତ ରଙ୍ଗବେରଙ୍ଗର ବିଦୁ୍ୟତ ଆଲୋକରେ ଆଲୋକିକରଣ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ବିନୟ ମିଶ୍ର, ସରପଂଚ ଗାୟତ୍ରୀ ମହାନ୍ତିଙ୍କ ସମେତ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *