କଟକ ସଦର, ୨୮/୦୮/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକର ପୁଅ, କଟକକୁ ଭଲପାଉଥିବା,କଟକର ଗର୍ଵଗୌରଵ ନଵୀନ ପଟ୍ଟନାୟକ କଟକ ଵଡ ଡାକ୍ତରଖାନାରେ ପୂର୍ଵ ଭାରତର ପ୍ରଥମ ଏକମୋ ପଏଣ୍ଟ ଉଦଘାଟନ କରି ଯୋଵ୍ରା ଵୋଷ କ୍ୟାମ୍ପସରେ ହୋଇଥିଵା ଅସ୍ଥାୟୀ ହେଲିପ୍ୟାଡକୁ କାର୍ ଯୋଗେ ଫେରିବା ଵାଟରେ ତାଳଦଣ୍ଡା କେନାଲ ଵନ୍ଧରେ ହୋଇଥିଵା ସୌନ୍ଦର୍ୟ୍ୟକରଣ କାର୍ୟ୍ୟକୁ ଦେଖିବାକୁ କିଛି ସମୟ ଅଟକି ଥିଲେ। ଯୋଵ୍ରା ଆନିକଟ ଛକ ନିକଟରେ ‘ ଆଇ ଲଭ୍ କଟକ’ ସେଲଫି ପଏଣ୍ଟରେ ମୂଖ୍ୟମନ୍ତ୍ରୀ ଖୁସି ମିଜାସରେ ଠିଆ ହୋଇ ଥିଵା ବେଳେ ୫ଟି ସଚିବ ଭି କେ ପାଣ୍ଡିଆନ୍ ତାଙ୍କର ଫଟୋ ଉଠାଇବା ଵେଳେ ତାଙ୍କ ଠାରୁ ନିରାପଦ ଦୂରତ୍ବରେ ଥିଵା ଉଚ୍ଚ ପଦାଧିକାରୀ, ପ୍ରମୁଖ ରାଜନେତାମାନେ ଵେଶ୍ ଉତଫୁଲିତ ହୋଇ ଆନନ୍ଦିତ ହୋଇଥିଲେ। ତାଳଦଣ୍ଡା କେନାଲ ଵନ୍ଧ ଦୁଇପଟ ରାସ୍ତାର ଉନ୍ନତିକରଣ ଓ ସୌନ୍ଦର୍ୟ୍ୟକରଣ ସହିତ କେନାଲର ଉନ୍ନତି କରଣ କାର୍ୟ୍ୟକୁ ମୂଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। କଟକ ସହରର ଏତାଦୃଶ କାର୍ୟ୍ୟ ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଵା ସହିତ ଦୂରରେ ଠିଆ ହୋଇଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କୁ ନବୀନ ପଟ୍ଟନାୟକ କହିଥିଲେ ,ୟୁ ହାଭ୍ ଡନ୍ ଏ ଗୁଡ୍ ଜଵ୍। ମୂଖ୍ୟ ମନ୍ତ୍ରୀ ଙ୍କ ଏହି ପଦିକ କଥା ଶୁଣି ଜିଲ୍ଲାପାଳ ସ୍ତମ୍ଭିଭୂତ ହୋଇଯାଇଥିଲେ। ସମ୍ଭବତଃ ଜିଲ୍ଲା ପାଳଙ୍କ ଚାକିରି ଜୀବନରେ ଏହାଥିଲା ତାଙ୍କ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ଶଦ୍ଦ। ଓଡ଼ିଶା ସମାଚାର